ନିରାପତ୍ତା ପରିଷଦ ବୈଠକ ପାଇଁ ନେହୁରା ହେଉଛି ପାକିସ୍ତାନ

ନୂଆଦିଲ୍ଲୀ : କଶ୍ମୀର ମାମଲାରେ ବିଶ୍ବ ସମୁଦାୟର ସମର୍ଥନ ହାସଲ କରିବାରେ ବିଫଳ ହୋଇଥିବା ପାକିସ୍ତାନ ଏବେ ଜାତିସଂଘ ନିରାପତ୍ତା ପରିଷଦରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ନେହୁରା ହୋଇଛି। ଭାରତ କଶ୍ମୀରରୁ ଧାରା ୩୭୦ ହଟାଇଥିବାରୁ ଏ ସଂପର୍କରେ ଆଲୋଚନା ପାଇଁ ନିରାପତ୍ତା ପରିଷଦର ଜରୁରୀ ବୈଠକ ଡକାଯିବାକୁ ପାକିସ୍ତାନ ନିବେଦନ କରିଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ସୁରକ୍ଷା ପରିଷଦକୁ ଲେଖିଥିବା ପତ୍ରରେ ଏକ ଜରୁରୀ ବୈଠକ ପାଇଁ ନେହୁରା ହୋଇଥିବା ଜଣାପଡ଼ିଛି। ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେର୍ସ ମଧ୍ୟସ୍ଥତା ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏହା ସଂପୂର୍ଣ୍ଣ ଦ୍ବିପାକ୍ଷିକ ମାମଲା ବୋଲି କହିଥିଲେ। ଚୀନ୍‌, ଆମେରିକା ଏବ ରୁଷ୍‌ ମଧ୍ୟ ପାକିସ୍ତାନର ଯୁକ୍ତିକୁ ଗ୍ରହଣ କରିନଥିଲେ। ତେଣୁ ପାକିସ୍ତାନ ଏବେ କଶ୍ମୀର ମାମଲାକୁ ଯେନତେନ ପ୍ରକାରେ ଅନ୍ତର୍ଜାତୀୟ ଫୋରମ୍‌ରେ ଚର୍ଚ୍ଚାରେ ରଖିବା ପାଇଁ ବ୍ୟାପକ ପ୍ରୟାସ ଚଳାଇଛି।

ସମ୍ବନ୍ଧିତ ଖବର