ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର ! ପାକିସ୍ତାନୀ ସଂସଦରେ ଉପସ୍ଥାପନ କରାଗଲା ପ୍ରସ୍ତାବ

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ନୋବେଲ ଶାନ୍ତି ପୁରଷ୍କାର ପ୍ରଦାନ କରାଯାଉ ବୋଲି ପାକିସ୍ତାନୀ ସଂସଦରେ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ଇକୋନୋମିକ୍‌ ଟାଇମ୍ସର ସାମ୍ବାଦିକା ବସୁଧା ବେଣୁଗୋପାଲ ଏକ ଟୁଇଟ୍‌ କରି ଏହା ଜଣାଇବା ପରେ ଖବରଟି ସାମ୍ନାକୁ ଆସିଛି । ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ଵାଦ୍‌ ହୁସେନ୍‌ ଏହି ପ୍ରସ୍ତାବ ସଂସଦରେ ଉପସ୍ଥାପିତ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ଭାରତ-ପାକ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିବାରୁ ଏଭଳି ପ୍ରସ୍ତାବ ରଖିଛନ୍ତି  ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ଵାଦ୍‌ ହୁସେନ୍‌ ।

jansatta.com

ପ୍ରସ୍ତାବରେ କୁହାଯାଇଛି କି, ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତ-ପାକ୍‌ ମଧ୍ୟରେ ଲାଗି ରହିଥିବା ଅଶାନ୍ତିର ବାତାବରଣକୁ କମ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ଭାରତର ମୁଖ୍ୟ ଯୁଦ୍ଧ କରିବାର ପ୍ରସ୍ତୁତିରେ ଥିବା ବେଳେ ପାକ୍‌ ମୁଖ୍ୟ ଶାନ୍ତି ପ୍ରତିଷ୍ଠା କରିବାର ପ୍ରସ୍ତୁତିରେ ଥିଲେ । ପାକ୍‌ ପ୍ରଧାନମନ୍ତ୍ରୀ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ି ଶାନ୍ତି ପ୍ରତିଷ୍ଠା ଦିଗରେ ଗୋଟେ ପାଦ ଆଗକୁ ନେଇଛନ୍ତି । ପାଇଲଟ୍‌ ଅଭିନନ୍ଦନଙ୍କୁ  ଛଡ଼ା ଯିବା ପରେ ଦୁଇ ଦେଶ ମଧ୍ୟରେ ଥିବା ସ୍ଥିତି ସୁଧୁରିଛି ବୋଲି ଲେଖାଯାଇ ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ନୋବେଲ ଶାନ୍ତ ପୁରସ୍କାର ମିଳିବା ଦରକାର ବୋଲି ଦାବି କରା ଯାଇଛି ।

ସମ୍ବନ୍ଧିତ ଖବର