ଚନ୍ଦ୍ରରେ ଐତିହାସିକ ଅବତରଣର ପ୍ରୟାସ ପାଇଁ ପାକିସ୍ତାନୀ ମହାକାଶଚାରୀ ଭାରତକୁ ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୨’ର ଲାଣ୍ଡର ବିକ୍ରମ ଚନ୍ଦ୍ରରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ‘ଚନ୍ଦ୍ରଯାନ-୨’ ଚନ୍ଦ୍ରାବତରଣ ବିଫଳ ହୋଇଥିବା ଖବର ମିଳିଥିଲା। କିନ୍ତୁ ଚନ୍ଦ୍ରଯାନ-୨ର ୯୫ ପ୍ରତିଶତ ଯନ୍ତ୍ରାଂଶ କାର୍ଯ୍ୟକ୍ଷମ ରହିଛି ଓ ଅରବିଟର୍‌ ଚନ୍ଦ୍ର କକ୍ଷରେ ସଂପୂର୍ଣ୍ଣ ସକ୍ରିୟ ଓ ସୁରକ୍ଷିତ ରହିଛି ବୋଲି ଇସ୍ରୋ ଅଧିକାରୀ ସୂତ୍ରରୁ ପ୍ରକାଶ। ଏହାର ମାତ୍ର ୫ ପ୍ରତିଶତ ଠିକ ଭାବେ କାର୍ଯ୍ୟ କରିନାହିଁ। ତେବେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଏଭଳି ପ୍ରୟାସ ପାଇଁ କେବଳ ଭାରତ ନୁହେଁ, ପୂରା ଦୁନିଆ ପ୍ରଶଂସା କରିବା ସହିତ ଆଉ କେହି ଏପରି କରି ପାରି ନଥାଆନ୍ତେ ବୋଲି ଆଲୋଚନା କରୁଛି।

ଏହି କ୍ରମରେ ପାକିସ୍ତାନର ପ୍ରଥମ ମହାକାଶଚାରୀ ନମୀରା ସଲିମ ଭାରତ ଓ ଇସ୍ରୋକୁ ‘ଚନ୍ଦ୍ରଯାନ-୨’ର ଲାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣର ଐତିହାସିକ ପ୍ରୟାସ ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏଥିସହିତ ‘ଚନ୍ଦ୍ରଯାନ-୨’ ଚନ୍ଦ୍ର ମିସନ୍‌ ବାସ୍ତବରେ ଦକ୍ଷିଣ ଏସିଆ ପାଇଁ ଏକ ବିଶାଳ ସଫଳତା। ପୂରା ବିଶ୍ୱ ଏଥିପାଇଁ ଗୌରବ ଅନୁଭବ କରୁଛି ବୋଲି ନମୀରା ସଲିମ କହିଛନ୍ତି।

ଉଲ୍ଲେଖଯୋଗ୍ୟ କି ନମୀରା ସଲିମ୍ ହେଉଛନ୍ତି ପ୍ରଥମ ମହାକାଶଚାରୀ। ସେ ସାର୍ ରିଚାର୍ଡ ବ୍ରାନସନଙ୍କ ଦ୍ବାରା ପରିଚାଳିତ ପ୍ରଥମ ବ୍ୟାବସାୟିକ ମହାକାଶ ଅଭିଯାନ ଭର୍ଜିନ୍ ଗାଲାଣ୍ଟିକ୍ ମାଧ୍ୟମରେ ମହାକାଶକୁ ଯାତ୍ରା କରିବେ।

ସମ୍ବନ୍ଧିତ ଖବର