ଋଣ ଯନ୍ତାରେ ପାକିସ୍ତାନ, ଋଣ ପାଇଁ ଆମେରିକା ନିକଟରେ ନେହୁରା ହେଉଛି

ଇସ୍ଲାମାବାଦ : ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି । ଏହାର ବୈଦେଶିକ ମୁଦ୍ରା ଭଣ୍ଡାରରେ ମାତ୍ର ୮ ବିଲିୟନ ଡଲାର ରହିଛି,ଯାହାକି ମାତ୍ର ୩୦ ଦିନ ଚଳିବା ପାଇଁ ଉଦ୍ଦିଷ୍ଟ । ଏ ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଠାରୁ ଋଣ ଆଣିବା ଛଡା ପାକିସ୍ତାନ ପାଖରେ ଆଉ କିଛି ଉପାୟ ନାହିଁ । ଏଥିପାଇଁ ପାକିସ୍ତାନ ସରକାରୀଭାବେ ଆଇଏମଏଫ ନିକଟରେ ଆବେଦନ ମଧ୍ୟ କରିସାରିଛି । କିନ୍ତୁ ଆଇଏମଏଫରୁ ଋଣ ପାଇବା ସେତେଟା ସହଜ ନୁହେଁ । କାରଣ ଆଇଏମଏଫରେ ଆମେରିକାର ଆଧିପତ୍ୟ ରହିଛି । ଆମେରିକା ନ ଚାହିଁବା ପର୍ଯ୍ୟନ୍ତ ଋଣ ମିଳିବା ସମ୍ଭବ ନୁହେଁ । ଋଣ ଦେବାପାଇଁ ଆମେରିକା କଡା ସର୍ତ୍ତ ଆରୋପ କରିପାରେ ।

ପାକିସ୍ତାନି ଖବରକାଗଜ ‘ଡନ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଋଣ ମଂଜୁର କରିବାପୂର୍ବରୁ ଚୀନଠାରୁ ପାକିସ୍ତାନ କେତେ ଋଣ ଆଣିଛି ତାହା ଜାଣିବାକୁ ଚାହିଁଛିି ଆମେରିକା । ଚୀନଠାରୁ ଆହୁରି ଅଧିକ ଋଣ ନ ଆଣିବା ପାଇଁ ପାକିସ୍ତାନକୁ ସତର୍କ କରିଦେଇଛି ଆଇଏମଏଫ । ଆହୁରି ମଧ୍ୟ ଋଣ ଦେବା ପାଇଁ ଆମେରିକା କେତେକ କଡା ସର୍ତ୍ତ ଆରୋପ କରିପାରେ । ଯେପରିିକି ଚୀନର ବେଲ୍ଟରୋଡ ପ୍ରକଳ୍ପକୁ ସଂକୁଚିତ କରିବା, ଆତଙ୍କବାଦ ଉପରେ ଲଗାମ, ଆଇଏସଆଇର କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ,ସେନାର ପ୍ରଭାବ ହ୍ରାସ କରିଛି । ଭାରତ ଏହି ସୁଯୋଗରେ ଆମେରିକା ଉପରେ ପ୍ରଭାବ ପକାଇ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର