ଇମ୍ଫାଲ: ବାଂଲାଦେଶରେ ଶେଖ୍ ହସିନା ସରକାରର ପତନ ପରେ କେତେକ ବାଂଲାଦେଶୀ ଆତଙ୍କୀ ଗୋଷ୍ଠୀ ଏବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ହାତ ମିଳାଇଛନ୍ତି। ସେମାନେ ଭାରତର ଉତ୍ତର-ପୂର୍ବରେ ଅଶାନ୍ତି ସୃଷ୍ଟି ପାଇଁ ଲଗାତାର ପ୍ରୟାସ କରୁଛନ୍ତି। ପାକ୍-ବାଂଲାଦେଶର ମିଳିତ ଷଡ୍ଯନ୍ତ୍ର ସଂପର୍କରେ ପ୍ରମାଣ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇଆଲର୍ଟରେ ଅଛନ୍ତି। ମଣିପୁରର ବିଷ୍ଣୁପୁରରେ ଗତ ୧୯ ତାରିଖରେ ଆସାମ ରାଇଫଲ୍ସ ଉପରେ ହୋଇଥିବା ଆକ୍ରମଣରେ ୨ ଯବାନ ସହିଦ ହୋଇଛନ୍ତି। ସ୍ଥାନୀୟ ଉଗ୍ରପନ୍ଥୀଙ୍କୁ ଅସ୍ତ୍ର ଯୋଗାଣରେ ବିଦେଶୀ ଶକ୍ତିଙ୍କ ହାତ ରହିଥିବାରୁ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ବୃଦ୍ଧି ପାଇଥିବାରୁ ସେନା ହାଇ ଆଲର୍ଟରେ ରହିଛି। ମଣିପୁରରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଗତ ୧୯ ତାରିଖରେ ଇମ୍ଫାଲରୁ ବିଷ୍ଣୁପୁର ଯାଉଥିବା ଆସାମ ରାଇଫଲ୍ସର ଏକ ମିନି ଟ୍ରକ୍ ଉପରେ ହଠାତ୍ ଅଜ୍ଞାତ ସଶସ୍ତ୍ର ବ୍ୟକ୍ତିମାନେ ଆକ୍ରମଣ କରିଥିଲେ।
ଏଥିରେ ନାଏବ ସୁବେଦାର ଶ୍ୟାମ ଗୁରୁଙ୍ଗ (୫୮) ଏବଂ ରାଇଫଲମ୍ୟାନ୍ ରଣଜିତ ସିଂହ କଶ୍ୟପ (୨୯)ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟ ଆହତମାନଙ୍କୁ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବିଷ୍ଣୁପୁର ଆକ୍ରମଣ ପାଇଁ କୌଣସି ଉଗ୍ରବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନଥିବା ବେଳେ ମଣିପୁରର ନିଷିଦ୍ଧ ଡ୍ରଗ୍ସ ଗ୍ରୁପ୍ ଉପରେ ସନ୍ଦେହ ରହିଛି। ଗୁଇନ୍ଦା ସୂତ୍ର ଅନୁଯାୟୀ, ଶେଖ୍ହସିନା ସରକାରଙ୍କ ପତନ ପରଠାରୁ ବାଂଲାଦେଶରେ ଜମାତ-ଏ-ଇସଲାମୀ ଏବଂ ଅନ୍ସାର ବାଙ୍ଗ୍ଲା ପରି ମୌଳବାଦୀ ଇସଲାମିକ ଗୋଷ୍ଠୀର ଶକ୍ତି ବୃଦ୍ଧି ପାଇଛି। ସେମାନେ ପାକିସ୍ତାନର ଆଇଏସ୍ଆଇ ସହ ଲଗାତାର ଯୋଗାଯୋଗରେ ରହିଛନ୍ତି। ବାଂଲାଦେଶରୁ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଉତ୍ତର-ପୂର୍ବ ରାଜ୍ୟରେ ଅନୁପ୍ରବେଶ କରୁଛି। ଅପରେସନ୍ ସିନ୍ଦୁର ପରେ ପାକିସ୍ତାନ ଏବେ ପୂର୍ବ ସୀମାରେ ଚାପ ସୃଷ୍ଟି କରୁଛି। ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ନିକଟରେ ଦେଇଥିବା କେତେକ ବିବୃତିରୁ ଜଣାପଡ଼ୁଛି ଯେ ଯେ ସେ ବାଂଲାଦେଶୀ ଆତଙ୍କୀଙ୍କ ସହଯୋଗରେ ଉତ୍ତର-ପୂର୍ବରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଛନ୍ତି। ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବା ଏବଂ ଅସ୍ତ୍ର ଓ ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ରୋକିବାକୁ ନୂଆ ରଣନୀତି ଅବଲମ୍ବନ କରାଯାଇଛି। ସେନା ଓ ସିଆର୍ପିଏଫ୍ ମିଳିତ ଅପରେସନ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/22/sfhfsshfhfxv-2025-09-22-01-27-56.jpg)