ଫ୍ରାନ୍ସ ବିରୋଧୀ ରାଲିକୁ ନେଇ ସୋସିଆଲ ମିଡିଆ ନିଷିଦ୍ଧ କଲା ପାକିସ୍ତାନ

ଇସ୍‌ଲାମାବାଦ : ପାକିସ୍ତାନ ଆଜ ସାମରିକ ଭାବେ ସମସ୍ତ ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)କୁ ନିଷିଦ୍ଧ କରିଛି। ସମଗ୍ର ଦେଶରେ ଫ୍ରାନ୍ସ ବିରୋଧୀ ଆନ୍ଦୋଳନକୁ ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନର ମିଡିଆ ରେଗୁଲେଟୋରି ଏଜେନ୍ସିର ମୁଖପାତ୍ର ଖୁରାମ ମେହରନ୍‌ କହିଛନ୍ତି, ଦେଶର ଆଭ୍ୟନ୍ତରୀଣ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁଯାୟୀ ଟ୍ବିଟର, ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଏବଂ ୟୁଟ୍ୟୁବ୍‌ ଭଳି ସାମାଜିକ ଗଣମାଧ୍ୟମଗୁଡ଼ିକୁ ଅସ୍ଥାୟୀ ଭାବେ ବ୍ଲକ କରାଯାଇଛି। ଲାହୋରରେ ଚାଲିଥିବା ଫ୍ରାନ୍ସ ବିରୋଧୀ ବିଶାଳ ବିକ୍ଷୋଭକୁ ବନ୍ଦ କରିବା ପାଇଁ ପୁଲିସ ଉଦ୍ୟମ କରୁଥିବାବେଳେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ‌ତେହେରିକ୍‌-ଏ-ଲାବିଆକ୍‌ ପାକିସ୍ତାନ ପାର୍ଟି ପକ୍ଷରୁ ଆନ୍ଦୋଳନ ଚାଲିଥିବାବେଳେ ୨ ଜଣ ପୁଲିସ ଅଫିସରଙ୍କ ମୃତ୍ୟୁ ହୋଇଥିଲାଏବଂ ୫୮୦ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର