ଟିଭି ଆଲୋଚନାରେ ବିଶେଷଜ୍ଞଙ୍କ ଭଳି ନିଜର ମତ ନ ରଖିବାକୁ ପାକ୍‌ ଟିଭି ଉପସ୍ଥାପକମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପାକିସ୍ତାନର ଟିଭି ଉପସ୍ଥାପକମାନଙ୍କୁ ଏବେ ଏକ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ନିଉଜ୍‌ ଚ୍ୟାନେଲମାନଙ୍କରେ ହେଉଥିବା ଆଲୋଚନା ସମୟରେ ନିଜର ମତ ନ ରଖିବାକୁ ପାକ୍‌ ସରକାର ସମସ୍ତ ଟିଭି ଉପସ୍ଥାପକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ମାଧ୍ୟମ ଭାବରେ ଟିଭିି ଉପସ୍ଥାପକମାନଙ୍କୁ ନିଜର ଦାୟିତ୍ୱ ତୁଲାଇବା ଦରକାର । କିନ୍ତୁ ଅନେକ ସମୟରେ କିଛି ଟିଭି ଉପସ୍ଥାପକ ବିଶେଷଜ୍ଞଙ୍କ ଭଳି ନିଜର ମତ ରଖିଥାନ୍ତି । ଯାହା ଆଦୌ ଗ୍ରହଣୀର ନୁହେଁ ବୋଲି ରବିବାର ପାକ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଜାରି କରାଯାଇଥିବା ଆଦେଶରେ କୁହାଯାଇଛି କି, ଜଣେ ଉପସ୍ଥାପକ ଭାବରେ ଆଲୋଚନା ସମୟରେ କାହାର ପକ୍ଷ ନ ନେଇ ନିରପେକ୍ଷ ରହିବା ଦରକାର । କାହାକୁ ସମର୍ଥନ ବା ବିରୋଧ କରିବା ଠିକ୍‌ ନୁହେଁ । କୌଣସି ଆଲୋଚନାରେ ବିଶେଷଜ୍ଞଙ୍କ ଭଳି ନିଜର ମତ ରଖିବା ମଧ୍ୟ ଏକ ଉପସ୍ଥାପକର କାମ ନୁହେଁ । ଏହା ସହ ଆଲୋଚନା ପାଇଁ ଡ଼ାକୁଥିବା ବିଶେଷଜ୍ଞଙ୍କର ଆଲୋଚନା ହେବାକୁ ଥିବା ବିଷୟ ଉପରେ ବ୍ୟାପକ ଜ୍ଞାନ ରହିଛି କି ନାହିଁ, ସେ ନେଇ ମଧ୍ୟ ଧ୍ୟାନ ଦେବା ପାଇଁ କୁହାଯାଇଛି । ଏହି ଆଦେଶ ସବୁ ସାଟେଲାଇଟ୍‌ ଟିଭି ଚ୍ୟାନେଲମାନଙ୍କୁ ଦିଆଯାଇଛି ।

Pakistan, Pakistan media
timesnownews.com

ସୂଚନା ମୁତାବକ, ଇସ୍‌ଲାମବାଦ୍‌ ହାଇକୋର୍ଟ ନଓ୍ଵାଜ ଶରିଫ୍‌ଙ୍କୁ ଜାମିନ ଦେବା ପରେ ଏହି ମାମଲାକୁ ନେଇ ବିଭିନ୍ନ ଟିଭି ଚ୍ୟାନେଲରେ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିଲା । ତାଙ୍କ ଜାମିନ୍‌କୁ ନେଇ ସରକାରଙ୍କ ସହ କିଛି ବୁଝାମଣା ହୋଇଥିବା ନେଇ ଟିଭି ଚ୍ୟାନେଲରେ ଆଲୋଚନା କରାଯାଇଥିଲା । ଯାହା ପରେ ଇସ୍‌ଲାମବାଦ୍‌ ହାଇକୋର୍ଟ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଇଲେକ୍ଟ୍ରୋନିକ୍‌ ରେଗୁଲେଟର ଅଥରିଟିକୁ ଆଦେଶ ଦେଇଥିଲା । କାରଣ ଏଭଳି କରି ସବୁ ଟିଭି ଚ୍ୟାନେଲମାନେ ହାଇକୋର୍ଟର ରାୟ ଉପରେ ପ୍ରଶ୍ନ ଉଠାଇବା ସହ ଏହାକୁ ବିବାଦୀୟ କରିଥିଲେ ।

ସମ୍ବନ୍ଧିତ ଖବର