ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରେ ଆକ୍ରମଣ ଯୋଜନା କରୁଛି ପାକିସ୍ତାନର ଲଶ୍କର୍‌-ଏ-ତୈବା

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଲଶ୍କର୍‌-ଏ-ତୈବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଉତ୍ତର ପ୍ରଦେଶର ବାରାଣସୀରେ ବେସ୍‌ ପ୍ରତିଷ୍ଠା କରି ଆକ୍ରମଣ କରିବାକୁ ଯୋଜନା କରୁଥିବା କଥା ଗୁଇନ୍ଦା ଏଜେନ୍‌ସି କହିଛି।

ଗୁଇନ୍ଦା ରିପୋର୍ଟ ଅନୁସାରେ, ବାରାଣସୀରେ ବେସ୍‌ ସ୍ଥାପନା କରି ବଡ଼ ଧରଣର ଆକ୍ରମଣ କରିବାକୁ ଲଶ୍କର୍‌-ଏ-ତୈବା ଉଦ୍ୟମ କରୁଛି। ଏଥିପାଇଁ ଗତ କେତେ ମାସ ତଳୁ ଏଲ୍‌ଇଟି ଆତଙ୍କବାଦୀମାନେ ବାରାଣସୀ ଗସ୍ତରେ ଆସି କେତେକ ଅଞ୍ଚଳ ବୁଲି ଦେଖିଯାଇଛନ୍ତି।

ଗୁଇନ୍ଦା ଏଜେନ୍‌ସି ରିପୋର୍ଟ ଅନୁସାରେ, ମେ ମାସରେ ନେପାଳର ଜଣେ ଆତଙ୍କବାଦୀ ସହ ଉମର ମଣ୍ଡି ନାମକ ଅନ୍ୟ ଜଣେ ଆତଙ୍କବାଦୀ ବାରାଣସୀରେ ୪ ଦିନ ରହି ଯାଇଛି। ସେ ଅଞ୍ଚଳରେ କିପରି ଏଲ୍‌ଇଟି ନେଟ୍‌ଓ୍ଵାର୍କ ମଜଭୁତ ହୋଇ ପାରିବ ସେ କଥା ସେମାନେ ବିଚାର କରିଛନ୍ତି। ସେ ପବିତ୍ର ନଗରୀରେ କିଭଳି ଆକ୍ରମଣ କରି ହେବ, ସେ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି।

Image Source: Zee News

ସେମାନେ ମେ ୭ରୁ ମେ ୧୧ ଯାଏଁ ଏହି ଉଦ୍ଦେଶ୍ୟରେ ବାରାଣସୀର ଗୋଟାଏ ରେଷ୍ଟ୍‍ ହାଉସ୍‌ରେ ରହିଥିଲେ। ରହଣୀ ସମୟରେ ଏଇ ଉଦ୍ଦେଶ୍ୟରେ ଉମର ମଣ୍ଡି କେତେକ ଲୋକଙ୍କୁ ଭେଟିଥିଲା।

ଗତ କିଛି ମାସ ହେବ ଉମର ଏଲ୍‌ଇଟିର ଚୟନକାରୀ ଭାବେ କାମ କରୁଛି ଏବଂ ତୁରନ୍ତ କେତେକ ଯୁବକଙ୍କୁ ଏଲ୍‌ଇଟିରେ ଭର୍ତ୍ତି ଚେଷ୍ଟା କରିଛି।
ଏଥିପାଇଁ ନିରାପତ୍ତା ଅଧିକାରୀମାନେ ବାରାଣସୀରେ ନିରାପତ୍ତା ବ୍ୟବସ୍ଥା କଠୋର କରି ଦେଇଛନ୍ତି।

ସମ୍ବନ୍ଧିତ ଖବର