ଇସ୍ଲାମାବାଦରେ ଥିବା ଭାରତୀୟ ଦୂତାବାସର ଇଣ୍ଟରନେଟ୍‌ ସଂଯୋଗ ଜାଣିଶୁଣି କାଟିଦେଉଛି ପାକିସ୍ତାନ

ନୂଆଦିଲ୍ଲୀ : ଇସ୍ଲାମାବାଦରେ ଥିବା ଭାରତୀୟ ଦୂତାବାସ କର୍ମଚାରୀଙ୍କୁ  ପାକିସ୍ତାନ ସରକାର ବିଭିନ୍ନ ସମୟରେ ହଇରାଣ ହରକତ କରିବା ଘଟଣା ନୂଆ ନୁହେଁ । କିନ୍ତୁ ବେଳେବେଳେ ପାକ୍‌ ସରକାର ଯେ ଏତେ ତଳକୁ ଖସିଯାଆନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ନିକଟରେ ଆସିଥିବା ଏକ ଅଭିଯୋଗ ଅନୁସାରେ ପାକିସ୍ତାନ ସରକାର ଜାଣିଶୁଣି ଭାରତୀୟ ଦୂତାବାସକୁ ବ୍ରଡବ୍ୟାଣ୍ଡ ସଂଯୋଗ କାଟି ଦେଉଛନ୍ତି । ଅଥବା ଭାରତ ସରକାରଙ୍କ େଓ୍ଵବସାଇଟଗୁଡିକୁ ବ୍ଲକ କରିଦେଉଛନ୍ତି । ଏହା ଫଳରେ ଭାରତୀୟ ଦୂତାବାସ କର୍ମଚାରୀମାନେ ନିତିଦିନିଆ ଜରୁରୀ ସରକାରୀ କାମ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ଦ୍ୱାରା କେବଳ ଭାରତୀୟ ଦୂତାବାସ କର୍ମଚାରୀମାନେ ନୁହେଁ, ବରଂ ଭାରତକୁ ଆସିବାକୁ ଚାହୁଁଥିବା ପାକିସ୍ତାନୀ ନାଗରିକମାନେ ମଧ୍ୟ ଭିସା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହି ସମସ୍ୟାର ସମାଧାନ କରିବା ଲାଗି ହସ୍ତକ୍ଷେପ କରିବାକୁ  ଭାରତୀୟ ଦୂତାବାସ ପକ୍ଷରୁ ଅନେକ ଥର ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିୁନାହିଁ । ଗତ ୧୨ ତାରିଖରେ ମଧ୍ୟ  ଭାରତୀୟ ଦୂତାବାସ ପକ୍ଷରୁ ଏପରି ଏକ ଅନୁରୋଧ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ତାହାର କୌଣସି ସୁଫଳ ମିଳିନାହିଁ ।

ସମ୍ବନ୍ଧିତ ଖବର