ଭାରତ ସରକାରଙ୍କ ସମସ୍ତ ସରକାରୀ ୱେବସାଇଟକୁ ପାକିସ୍ତାନ ବ୍ଲକ କରି ଦେଇଛି !

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ସରକାରଙ୍କ ସମସ୍ତ ସରକାରୀ ୱେବସାଇଟକୁ ବ୍ଲକ କରିଦେଇଛି। ଉଭୟ ଦେଶ ହାଇ କମିସନଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ ଆସିବା ପରେ ଏହି ଖବର ସାମ୍ନାକୁ ଆସିଛି । ୨୦୧୭ ମେରୁ ଭାରତର ‘ଗଭ୍‌ ଡଟ୍‌ ଇନ ଡୋମେନ’ ଥିବା ସବୁ ଭାରତୀୟ ସରକାରୀ ୱେବସାଇଟକୁ ପଡୋଶି ରାଷ୍ଟ୍ର ବ୍ଲକ କରି ରଖିଛି ।

ଏନେଇ ଭାରତ ନୋଟିସ ଦେବା ପରେ ୱେବସାଇଟ ବ୍ଲକ ଅଭିଯୋଗକୁ ପାକିସ୍ତାନ ଅସ୍ୱୀକାର କରିଛି । ଆଉ ଏହାକୁ ନେଇ ମାର୍ଚ୍ଚ ୧୯ରୁ ଦିଲ୍ଲୀରେ ହେବାକୁ ଥିବା ୱାର୍ଲଡ ଟ୍ରେଡ ଅର୍ଗାନାଇଜେସନର ବୈଠକରେ ସାମିଲ ହେବନି ବୋଲି ପାକିସ୍ତାନ ସ୍ପଷ୍ଟ କରିଛି । ତେବେ ପାକିସ୍ତାନର ଉଦ୍ଦେଶ୍ୟ ସେଠାରେ ଥିବା ଭାରତୀୟ ଅଧିକାରୀଙ୍କୁ ଭାରତର ୱେବସାଇଟ ଠାରୁ ଦୂରେଇ ରଖିବା ବୋଲି ଚର୍ଚ୍ଚା ହେଉଛି।

ଭାରତୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନରେ ଥିବା ଭାରତୀୟ ଅଧିକାରୀ ନିଜ ଦେଶର ୱେବସାଇଟକୁ ଦେଖି ନପାରନ୍ତୁ, ଏହା ତାଙ୍କର ମୂଳ ଉଦ୍ଦେଶ୍ୟ ବୋଲି ଅନେକ ଅଭିଯୋଗ ଆସିଛି । ଯଦ୍ୱାରା ପାକିସ୍ତାନୀ ନାଗରିକ ମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି ଓ ଭାରତୀୟ ଭିସା ଫର୍ମ ଡାଉନଲୋଡ଼୍‌ କରିପାରୁ ନାହାନ୍ତି ।

ସମ୍ବନ୍ଧିତ ଖବର