ଅହମ୍ମଦାବାଦ: ଦୀର୍ଘ ଦିନର ବ୍ୟବଧାନ ପରେ ଗୁଜୁରାଟର ସୌରାଷ୍ଟ୍ର-କଚ୍ଚ ଅଞ୍ଚଳରେ ପାକିସ୍ତାନ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଭାରତ-ପାକ୍ ଗୁଜୁରାଟ ସୀମାଠାରୁ ଅଳ୍ପ ଦୂରତ୍ୱରେ ପାକିସ୍ତାନ ଏକ ସାମରିକ ଘାଟି ନିର୍ମାଣ କରୁଛି।
ପାକିସ୍ତାନର ସିନ୍ଧ ପ୍ରଦେଶର ହାଇଦ୍ରାବାଦ ଜିଲ୍ଲାର ଭୋଲାରିଠାରେ ପାକିସ୍ତାନ ଏକ ଅତ୍ୟାଧୁନିକ ସାମରିକ ଘାଟି ନିର୍ମାଣ କରିବା ନଜରକୁ ଆସିଛି। ଏହି ସ୍ଥାନଟି ଭାରତୀୟ ସୀମାଠାରୁ କମ୍ ଦୂରତ୍ୱରେ ରହିଛି। ଏଠାରେ ପାକିସ୍ତାନ ଚାଇନାଠାରୁ ଆମଦାନୀ କରିଥିବା ଜେଏଫ୍-୧୭ ଯୁଦ୍ଧ ବିମାନ ମୁତାୟନ କରିବାକୁ ଯାଉଛି ବୋଲି ସୂଚନା ମିଳିଛି।
ସାମରିକ ସୂତ୍ରରୁ ଜାଣିବାକୁ ମିଳିଛି କି ଯଦିଓ ବେଶ୍ କିଛି ବର୍ଷ ହେବ ଏହି ସାମରିକ ଘାଟିଟି ସେଠାରେ ଥିଲା, କିନ୍ତ ପାକ୍ସେନା ସେଠାରେ କୌଣସି କାର୍ଯ୍ୟକଳାପ କରୁ ନ ଥିଲା। କିନ୍ଗତୁ ତ କିଛି ଦିନ ଭିତରେ ପାକ୍ ବାୟୁସେନା ଭାରତୀୟ ବାୟୁସେନାର ସମକକ୍ଷ ହେବା ଲାଗି ଚୀନ୍ ନିର୍ମିତ ଜେଏଫ-୧୭ ଯୁଦ୍ଧ ବିମାନ ବହୁ ସଂଖ୍ୟାରେ ସାମିଲ୍ କରିଛି।
ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନରୁ ବେଶ୍ କିଛି ସଂଖ୍ୟକ ବିମାନ ଭୋଲାରିଠାରେ ପାକିସ୍ତାନ ମୁତୟନ କରୁଥିବାରୁ ଖବର ମିଳିଛି। ଏହା ଗୁଜୁରାଟ ସୀମା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସାମରିକ ବିଶେଷଜ୍ଞ ମତ ଦେଇଛନ୍ତି।