ନୂଆଦିଲ୍ଲୀ: ଆମର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚୀନ୍‌ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟ ବଢ଼ାଇ ଚାଲିଥିବା ଜଣାପଡ଼ିଛି। ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଆଇପିଆର୍‌ଆଇ) ପକ୍ଷରୁ ପ୍ରକାଶିତ ହୋଇଥିବା ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।

Advertisment

ଇନ୍‌ଷ୍ଟିଚ୍ୟୁଟର ରିପୋର୍ଟ ଅନୁସାରେ, ୨୦୧୮ ରୁ ୨୦୧୯ ମଧ୍ୟରେ ପାକିସ୍ତାନ ଓ ଚୀନ ସେମାନଙ୍କ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟା ବୃଦ୍ଧି କରିଛନ୍ତି। କିନ୍ତୁ ଭାରତ ଏହି କ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ରଖିଛି।

ଅଧୁନା ପାକିସ୍ତାନର ଅସ୍ତ୍ର ଭଣ୍ଡାରରେ ୧୫୦-୧୬୦ଟି ପରମାଣୁ ବୋମା ଥିବା ବେଳେ ଚୀନ ନିକଟରେ ୨୯୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ତେବେ ଭାରତ ପାଖରେ ୧୩୦-୧୪୦ଟି ପରମାଣୁ ବୋମା ରହିଛି,ଯାହାକି ଗତ ବର୍ଷର ବୋମା ସଂଖ୍ୟା ସହ ସମାନ।

publive-image

୨୦୧୯ ମସିହା ପ୍ରାରମ୍ଭରେ ଚୀନ ପାଖରେ ୨୮୦ଟି ପରମାଣୁ ବୋମା ଥିବା ବେଳେ ଏବେ ଏହା ୨୯୦କୁ ବୃଦ୍ଧି ପାଇଛି। ସେହିପରି ପାକିସ୍ତାନ ଏହାର ଅସ୍ତ୍ର ଭଣ୍ଡାରରେ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟା ୧୪୦-୧୫୦ ରୁ ୧୫୦-୧୬୦କୁ ବଢାଇଛି। ଇସ୍ରାଏଲ୍‌ ପରମାଣୁ ବୋମା ସଂଖ୍ୟା ୮୦ରୁ ୯୦କୁ ବଢାଇଥିବା ବେଳେ ଉତ୍ତର କୋରିଆ ଯୁଦ୍ଧାସ୍ତ୍ର ସଂଖ୍ୟା ଦୁଇ ଗୁଣ କରିଛି।

ଏସ୍‌ଆଇପିଆର୍‌ଆଇ ରିପୋର୍ଟ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି କି ପରମାଣୁ ଯୁଦ୍ଧାସ୍ତ୍ର ନିର୍ମାଣରେ ଭାରତ ଦୁଇ ପଡୋଶୀ ରାଷ୍ଟ୍ରଙ୍କ ସହ ପ୍ରତିଯୋଗିତାକୁ ଓହ୍ଲାଇ ନାହିଁ। ୨୦୧୯ ସୁଦ୍ଧା ପୃଥିବୀର ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ରଙ୍କ ପାଖରେ କେତେ ସଂଖ୍ୟକ ବୋମା ରହିଛି ତାହା ଏହି ରିପୋର୍ଟରେ ପ୍ରକାଶ ପାଇଛି।