ନୂଆଦିଲ୍ଲୀ:  ଭାରତୀୟ ସେନାର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନର ଅନେକ ଏୟାରବେସ୍‌କୁ  ବଡ଼ କ୍ଷତି ପହଞ୍ଚିଥିବା ସମଗ୍ର ବିଶ୍ବ ଅବଗତ ଅଛି। ଏଭଳି ସ୍ଥିତିରେ ଏବେ ପାକିସ୍ତାନ ନିଜ ନାଗରିକଙ୍କୁ କେବଳ ମିଛ ଖବରରେ ଖୁସି ରଖିବାକୁ ପ୍ରୟାସ କରୁଛି ଏବଂ ମିଛ ଧରାପଡ଼ିବା ପରେ ଲୋକହସା ହେଉଛି। ପାକିସ୍ତାନ ଭାରତର ଆଦମପୁର ଏୟାରବେସ ଉପରେ ଆକ୍ରମଣ କରିବା ସହ ସେଠାରେ ସୁଖୋଇ ସୁଖୋଇ ବିମାନକୁ ମଧ୍ୟ କ୍ଷତି ପହଞ୍ଚାଇଥିବା ଦାବି କରିଥିଲା। ତେବେ ଭାରତ ଏହାକୁ ପ୍ରଥମ ଦିନରୁ ସ୍ପଷ୍ଟ ଭାବେ ଅସ୍ୱୀକାର କରିଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଭାରତୀୟ   ଯବାନଙ୍କୁ ଭେଟିବା ପାଇଁ ଆଦମପୁର ଏୟାରବେସ୍‌ରେ ପହଞ୍ଚିଥିଲେ। ସେତେବେଳେ ଜଣାପଡିଥିଲା ଯେ ଏୟାରବେସ୍‌ରେ କୌଣସି କ୍ଷୟକ୍ଷତି ହୋଇନାହିଁ।

Advertisment

ଏବେ ପୁଣି ଥରେ ପାକିସ୍ତାନର ମିଛ ପଦାକୁ ଆସିଛି ଏବଂ  ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ନିଜେ ଏ ବାବଦ ଏକ ମିଛ ଫଟୋ ପୋଷ୍ଟ୍‌ କରି ଅଡ଼ୁଆରେ ପଡ଼ିଛନ୍ତି। ପାକିସ୍ତାନ ଦାବି କରିଥିଲା ଯେ  ପଞ୍ଜାବର ଆଦମପୁର ଏୟାରବେସ୍ ଉପରେ ଆକ୍ରମଣ କରି ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ବିମାନକୁ ନଷ୍ଟ କରାଯାଇଛି। ଏହି ଦାବିକୁ ଯଥାର୍ଥ ଦର୍ଶାଇବା ପାଇଁ  ସଂଘର୍ଷର ଦୁଇ ମାସ ପୂର୍ବରୁ ମାର୍ଚ ୨୦୨୫ରେ ନିଆଯାଇଥିବା ଏକ ସାଟେଲାଇଟ୍ ଫଟୋ ପାକିସ୍ତାନ ସେୟାର କରିଥିଲା ଯେଉଁଥିରେ ମିଗ୍ -୨୯ର ରକ୍ଷଣାବେକ୍ଷଣ ଏବଂ ଇଞ୍ଜିନ ପରୀକ୍ଷା ପ୍ୟାଡ୍ ନିକଟରେ  କାଦୁଅ ଦୃଶ୍ୟମାନ ହେଉଥିବା ଦେଖାଯାଇଛି। ପାକିସ୍ତାନର ଏହି ମିଛ ଖବର ଓ ଫଟୋ ଭାଇରାଲ କରିବା ଏବେ ଏହାକୁ ମହଙ୍ଗା ପଡ଼ିଛି।