ବେଜିଂ: ଉପରେ ପଡ଼ି ଚୀନକୁ ନିଜର ସମର୍ଥକ ବୋଲି କହୁଥିଲା ପାକିସ୍ତାନ। ହେଲେ ଚତୁରତାର ସହ ହାତ ଖସାଇ ନେଇଛି ଚୀନ। ପାକିସ୍ତାନ ପ୍ରଚାର କରୁଥିଲା ଯେ ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ପାକ୍ ପକ୍ଷରୁ ବ୍ୟବହୃତ ହୋଇଥିବା ଜେଟ୍ ଚୀନର ବୋଲି। ମାତ୍ର ଏହି କଥା ପଚାରାଯିବାରୁ ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ‘‘ଆମେ ଏହି ଘଟଣା ସଂପର୍କରେ ଅବଗତ ନାହୁଁ’’।
ଖାଲି ସେତିକି ନୁହେଁ, ପାକିସ୍ତାନକୁ ସମର୍ଥନ କରୁନଥିବା କହିଲା ବେଜିଂ । ଆତଙ୍କବାଦକୁ ବିରୋଧ କରୁଛୁ ବୋଲି କହିଲା ଚୀନ୍ । କହିଲା, ଭାରତ-ପାକିସ୍ତାନ ଆମ ପଡ଼ୋଶୀ । ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶକୁ ଅପିଲ୍ । ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତିତ ଥିବା କହିଲା ବେଜିଂ।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର ସଂସଦରେ କହିଛନ୍ତି ଯେ ସୀମାରେ ଫ୍ରାନ୍ସ ନିର୍ମିତ ରାଫେଲ ଜେଟ୍ ସମେତ ପାଞ୍ଚଟି ଭାରତୀୟ ଲଢ଼ୁଆ ବିମାନକୁ ଖସାଇ ଦେବା ପାଇଁ ଚୀନ୍ ଜେ-୧୦ସି ଜେଟ୍ ବ୍ୟବହାର କରାଯାଇଥିଲା। ଏବେ କିନ୍ତୁ ପାକିସ୍ତାନର କଥା କେତେ ସତ ତାହା ଚୀନର ପ୍ରତିକ୍ରିୟା ପରେ ସ୍ପଷ୍ଟ ହୋଇଯାଇଛି।
ଫେରାଇ ନେଇଛି । ଭାରତ ପହଲଗାମ ଆକ୍ରମଣର ଜବାବ ଦେଇ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର । ଆଉ ଏହା ପରଠୁ ବଦଳିଯାଇଥିଲା ଚୀନର ସ୍ୱର । ଆଉ ଏବେ ପାକିସ୍ତାନକୁ ସମର୍ଥନ କରୁନଥିବା ସିଧାସଳଖ ମନା କରିଦେଇଛି ବେଜିଂ ।
ଚୀନ୍ ପୂର୍ବରୁ ଅନେକ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେଇଥାଏ । ଏମିତିକି ପାକିସ୍ତାନକୁ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଚାଇନା ସହଯୋଗ କରିଥାଏ । ହେଲେ ଭାରତ ପାକିସ୍ତାନ ଯୁଦ୍ଧରେ ଚାଇନା ପ୍ରଡକ୍ଟର ସତ ସାମ୍ନାକୁ ଆସିଛି । ଭାରତ ଗତକାଲି ଡ୍ରୋନ ଆଟାକ କରି ପାକିସ୍ତାନର ଏୟାର ଡିଫେନ୍ସଲ ସିଷ୍ଟମକୁ ଉଡାଇ ଦେଇଛି । ଯାହା ପାକିସ୍ତାନକୁ ଦେଇଥିଲା ଚାଇନା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/09/ufk5NhetEJMAWR5PkNZz.jpg)