ଦୁଇ ଦେଶ ମଧ୍ୟରେ ଡାକ ସେବା ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ଅତ୍ୟାଧୁନିକ ତୋପ ଆକ୍ରମଣ ଦ୍ବାରା ପିଓକେରେ ୩ ଆତଙ୍କବାଦୀ ଶିବିର ଧ୍ବଂସ ହେବାର ଦିନକ ପରେ ପାକିସ୍ତାନ ଆଜି ଏକତରଫା ଭାବେ ଦୁଇ ଦେଶ ମଧ୍ୟରେ ଡାକ ସେବା ବନ୍ଦ କରିଦେଇଛି। ପାକିସ୍ତାନର ଏଭଳି ଏକତରଫା ନିଷ୍ପତ୍ତିକୁ ଭାରତ କଡ଼ା ସମାଲୋଚନା କରିଛି। ଭାରତ କହିଛି ପାକିସ୍ତାନର ଏହି କାର୍ଯ୍ୟ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରୁଛି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଭାରତକୁ କୌଣସି ପୂର୍ବ ସୂଚନା ନଦେଇ ପାକିସ୍ତାନ ଏକତରଫା ଭାବେ ଡାକ ସେବା ବନ୍ଦ କରିଛି ଏବଂ ପାକିସ୍ତାନର ଏଭଳି ନିଷ୍ପତ୍ତି ସିଧାସଳଖ ଆନ୍ତର୍ଜାତୀୟ ଡାକ ନିୟମର ଉଲ୍ଳଂଘନ କରୁଛି। ବିନା କୌଣସି ସୂଚନାରେ ପାକିସ୍ତାନ ଡାକ ବିଭାଗର ଚିଠି ଭାରତକୁ ପଠାଇବା ବନ୍ଦ କରିଛି ବୋଲି ରବି ଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର