ନୂଆଦିଲ୍ଲୀ: ପେହଲଗାମରେ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ । ଭାରତର ବଡବଡ ଆକ୍ସନ ପରେ ବିଳିବିଳେଇଲା ପାକିସ୍ତାନ । ଗତକାଲି ପାକିସ୍ତାନ ଉପରେ ଭାରତ କୂଟନୈତିକ ପ୍ରହାର କରିଥିବା ବେଳେ ଆଜି ପାକିସ୍ତାନ ତାର ଅସଲ ମୁଖା ଦେଖାଇଦେଲା ଆଉ ଆକାଶମାର୍ଗ ଭାରତ ପାଇଁ ବନ୍ଦ କଲା ପାକିସ୍ତାନ ।
ତେବେ ଆଜି ପାକ୍ ପ୍ରଧାନମନ୍ତ୍ରୀ ସରିଫ ସୁରକ୍ଷା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ଯେଉଁ ବୈଠକରେ ୩ ସେନାର ମୁଖ୍ୟ ସାମିଲ ଥିଲେ ଏବଂ ବୈଠକରେ ଭାରତ ପାଇଁ ଆକାଶମାର୍ଗ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ନଦୀ ଜଳ ବନ୍ଦ ଯୁଦ୍ଧ ବୋଲି ଧରାଯିବ କହି ପାକିସ୍ତାନ ଭାରତ ସହ ସମସ୍ତ ପ୍ରକାର କାରବାର ବନ୍ଦ କରିଛି । ଏଥିସହ ୱାଘା ସୀମା ମଧ୍ୟ
ବନ୍ଦ କରିଛି ପାକିସ୍ତାନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/24/uaMCY2GuMjkGrB3SNSPH.jpg)