ଇସ୍ଲାମାବାଦ : ନାଗରିକତା ସଂଶୋଧନ ଆଇନ ବିରୋଧରେ ଭାରତରେ ଚାଲିଥିବା ଆନ୍ଦୋଳନରୁ ଲୋକମାନଙ୍କ ଧ୍ୟାନ ହଟାଇବାକୁ ମୋଦୀ ସରକାର ପାକିସ୍ତାନ ଉପରେ ଆକ୍ରମଣ କରିପାରନ୍ତି ବୋଲି ଇସ୍ଲାମାବାଦ ଅଭିଯୋଗ କରିଛି । ଆକ୍ରମଣ ଭୟ ପାକିସ୍ତାନକୁ ଏତେ ବିବ୍ରତ କରିଛି ଯେ, ପୁଣି ଥରେ ଜାତିସଂଘରେ ଭାରତ ବିରୁଦ୍ଧରେ ଅଭିଯୋଗ କରିଛି।
ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେସୀ ଜାତିସଂଘ ନିରାପତ୍ତା ପରିଷଦ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଏଟେରେସଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି ଯେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି । ଏପରିକି ସୀମାରେ ଭାରତ ଟ୍ୟାଙ୍କ,ବ୍ରହ୍ମସ ମିସାଇଲ, ଆଣ୍ଟି-ଟ୍ୟାଙ୍କ ସ୍ପାଇକ ମିସାଇଲ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମୁତୟନ କରିଛି । ଏହା ସହିତ ଭାରତ ବିଭିନ୍ନ ରେଞ୍ଜ୍ର କ୍ଷେପଣାସ୍ତ୍ରର ପରୀକ୍ଷଣ ଚଳାଇଛି ବୋଲି ସେ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।
/sambad/media/post_attachments/wp-content/uploads/2019/11/shah-mehmood-qureshi-f-300x168.jpg)
ଏକ ପାକିସ୍ତାନୀ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତ ନିୟନ୍ତ୍ରଣ ରେଖା ନିକଟରେ ଥିବା ତାରବାଡ଼ଗୁଡ଼ିକୁ ହଟାଇବା ଆରମ୍ଭ କରିଛି । ସେଠାରେ ଟ୍ୟାଙ୍କ, ଆର୍ମରଡ ଭେହିକ୍ଲ ଆଦି ମୁତୟନ ହୋଇଛି । ଏହା ସହିତ ଦୁଇପକ୍ଷରୁ ପ୍ରବଳ ଗୁଳିବର୍ଷଣ ଚାଲିଛି ।
ଗତକାଲି ଭାରତର ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ କହିଥିଲେ ଯେ ସୀମାରେ ଉତ୍ତେଜନା ଅନେକ ବଢିଯାଇଛି । ଯେ କୌଣସି ସମୟରେ କିଛି ବି ହୋଇପାରେ । ଏଣୁ ସେନାକୁ ସଜାଗ ରଖାଯାଇଛି ।