ନୂଆଦିଲ୍ଲୀ: ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସବିଆନ୍ତୋ ସିଧାସଳଖ ପାକିସ୍ତାନ ଗସ୍ତ କରିବାର ସମ୍ଭାବନା ନାହିଁ। ତାଙ୍କ ଗସ୍ତକୁ ଇସଲାମାବାଦ ଗସ୍ତ ସହିତ ନ ଯୋଡିବାକୁ ଇଣ୍ଡୋନେସିଆକୁ ଭାରତ କୂଟନୈତିକସ୍ତରରେ ଅନୁରୋଧ କରିଛି।
ଗତ ବର୍ଷ ଗଣତନ୍ତ୍ର ଦିବସ ପରେଡ ପାଇଁ ଭାରତ ସୁବିଆନ୍ତୋଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଥିଲା, କିନ୍ତୁ ତାଙ୍କ ଗସ୍ତ ବିଷୟରେ ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ। ଜାନୁଆରୀ ୨୬ ସମାରୋହରେ ମୁଖ୍ୟ ଅତିଥିଙ୍କ ନାମ ଘୋଷଣା କରିବାରେ ଭାରତର ବିଳମ୍ବ ମଧ୍ୟରେ ଏହି ସପ୍ତାହରେ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ସୁବିଆନ୍ତୋ ସେହି ଦିନ ଇସଲାମାବାଦକୁ ତିନି ଦିନିଆ ଗସ୍ତରେ ଆସିବେ।
ଇଣ୍ଡୋନେସିଆ ସହିତ କୂଟନୈତିକସ୍ତରରେ ଭାରତ ସରକାର ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଷ୍ଟ୍ରପତିଙ୍କ ସିଧା ଇସଲାମାବାଦ ଯିବା ଯୋଜନା ଭାରତ ପାଇଁ ଅସ୍ବୀକାର୍ଯ୍ୟ ହୋଇଛି। ଗଣତନ୍ତ୍ର ଦିବସ ଏକ ବିଶେଷ ଉତ୍ସବ ଏବଂ ଭାରତ ସରକାର ବର୍ଷ ବର୍ଷ ଧରି ବିଦେଶୀ ନେତାମାନଙ୍କୁ ଅନୁରୋଧ କରିଆସୁଛନ୍ତି।
ଭାରତ ସରକାର ଇଣ୍ଡୋନେସିଆ ସରକାରଙ୍କୁ ସୁବିଆନ୍ତୋଙ୍କର ଭାରତ ଗସ୍ତକୁ ପାକିସ୍ତାନ ଗସ୍ତ ସହ ମିଶାନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି। ଏପରିକି ଦ୍ୱିପାକ୍ଷିକ ଗସ୍ତ ପାଇଁ ମଧ୍ୟ ଏଭଳି ନ କରାଯାଉ ବୋଲି ଭାରତ ସରକାର କହିଛନ୍ତି। ଭାରତ ବିଶ୍ବାସ କରେ ଯେ, ଏହା ଉଭୟ ଦେଶ ସହ ସମ୍ପର୍କର ପୃଥକତା ବିରୁଦ୍ଧରେ ଯାଉଛି।
ଅଧିକ ପଢ଼ନ୍ତୁ: ଟ୍ରମ୍ପ୍ଙ୍କ ଶପଥ ଗ୍ରହଣ ସମାରୋହ:ଭାରତ ପକ୍ଷରୁ ଜୟଶଙ୍କର ଯୋଗଦେବେ
ବୋଲି ସରକାରୀ ସୂତ୍ରରୁ ପ୍ରକାଶ ଯେ, ଇଣ୍ଡୋନେସିଆ ରାଷ୍ଟ୍ରପତି ଭାରତରୁ ପାକିସ୍ତାନ ଯାତ୍ରା କରିବେ ନାହିଁ। ଶନିବାର ଦିନ ଖବର ଆସିଥିଲା ଯେ, ସେ ୨୬ ଜାନୁଆରୀ ବିଳମ୍ବିତ ରାତିରେ ଭାରତରୁ ମାଲେସିଆ ଯାଇପାରନ୍ତି। କିନ୍ତୁ ଏହାର କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ। ସୁବିଆନ୍ତୋଙ୍କ ଭ୍ରମଣ ମାର୍ଗରେ ଏପର୍ଯ୍ୟନ୍ତ ଜାକର୍ତ୍ତା ପକ୍ଷରୁ କୌଣସି ସରକାରୀ ବିବୃତି ପ୍ରଦାନ କରାଯାଇନାହିଁ।
ରାଷ୍ଟ୍ରପତି ଯଦି ପ୍ରକୃତରେ ମାଲେସିଆ ଯାତ୍ରା କରନ୍ତି, ତେବେ ସେ ବିପରୀତ ଦିଗକୁ ପୁନର୍ବାର ଇସଲାମାବାଦକୁ ଉଡ଼ିବେ ନା ବର୍ତ୍ତମାନ ପାଇଁ ପାକିସ୍ତାନ ଗସ୍ତ ଯୋଜନା ସ୍ଥଗିତ ରଖିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଗତ ସପ୍ତାହରେ ପାକିସ୍ତାନୀ ମନ୍ତ୍ରୀ କହିଥିଲେ ଯେ, ଐତିହାସିକ ପରିଦର୍ଶନ ଇଣ୍ଡୋନେସିଆ ଏବଂ ପାକିସ୍ତାନକୁ ସେମାନଙ୍କର ଆର୍ଥିକ ସମ୍ପର୍କକୁ ମଜବୁତ କରିବା ପାଇଁ ପଦକ୍ଷେପ ନେବାକୁ ସକ୍ଷମ କରିବ।
ଅଧିକ ପଢ଼ନ୍ତୁ: ଲସ୍ ଆଞ୍ଜେଲସ ନିଆଁ ଦେଖି ଇରାନ ଶତ୍ରୁତା ଭୁଲିଲା: ସହାୟତାର ହାତ ବଢ଼ାଇଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)