ପାକିସ୍ତାନକୁ ପୁଣି ଆମେରିକାର ଝଟକା : କୌଣସି ସହାୟତା ନ‌ ଦେବାକୁ କହିଲେ ଆମେରିକୀୟ ରାଷ୍ଟ୍ରଦୂତ ନିକି ହ୍ୟାଲି

ୱାସିଂଟନ : ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଆମେରିକାର ଝଟକା । ଆତଙ୍କବାଦ ମୁକାବିଲା ସହାୟତା ପାଇଁ ପାକିସ୍ତାନକୁ ଆମେରିକା ଗୋଟିଏ ଡଲାର ବି ସହାୟତା ଯୋଗଇବା ଉଚିତ ନୁହଁ । ଏହା କହିଛନ୍ତି ଆମେରିକୀୟ ରାଷ୍ଟ୍ରଦୂତ ନିକି ହ୍ୟାଲି । ସେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି ପାକିସ୍ତାନ ଏବଂ ସେହି ଆତଙ୍କବାଦୀମାନେ ଆମେରିକା ଆସି ଆମେରିକୀୟ ଯବାନଙ୍କୁ ହତ୍ୟା କରୁଛନ୍ତି ।

ଯେପର୍ଯ୍ୟନ୍ତ ପାକିସ୍ତାନ ଏହି ସମସ୍ୟାର ସମାଧାନ କରିନାହିଁ ସେ ପର୍ଯ୍ୟନ୍ତ ୱାସିଂଟନ ଇସାଲାମାବାଦକୁ ଗୋଟିଏ ଡଲାରର ବି ସହାୟତା ଦେବା ଉଚିତ ନୁହଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରଦୂତ ନିକି ହ୍ୟାଲି । ଯେଉଁ ରାଷ୍ଟ୍ର ଆମେରିକାର ହିତ ଚାହୁଁନାହିଁ ସେହି ରାଷ୍ଟ୍ରଗୁଡିକୁ ଆର୍ଥିକ ସହାୟତା ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ମିଳିତ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ନିକି ହ୍ୟାଲି କହିଛନ୍ତି । ଏହାସହ କେଉଁ କେଉଁ ରାଷ୍ଟ୍ର ଗୁଡିକ ସହ ମିଳିତ ଭାବେ ଆମେରିକା କାମ କରିବାକୁ ଚାହୁଁଛି ସେ ନେଇ ଚିନ୍ତା କରିବାର ବେଳ ଆସିଛି ବୋଲି ଆମେରିକା ରାଷ୍ଟ୍ରଦୂତ କହିଛନ୍ତି ।

ସମ୍ବନ୍ଧିତ ଖବର