ପରମାଣୁ ବୋମା ସଂଖ୍ୟା ବଢ଼ାଇ ଚାଲିଛି ପାକିସ୍ତାନ : ଏବେ ରଖିଛି ୧୫୦ଟି ପରମାଣୁ ଯୁଦ୍ଧାସ୍ତ୍ର, ଭାରତ ପ୍ରତି ବଢ଼ୁଛି ବିପଦ

୨୦୨୫ ସୁଦ୍ଧା ଏହି ସଂଖ୍ୟା ୨୫୦ରେ ପହଞ୍ଚିବ

ଓ୍ଵାସିଂଟନ୍‌: ପାକିସ୍ତାନ ଆଡୁ ଭାରତ ପ୍ରତି ବିପଦ କ୍ରମଶଃ ବଢି ଚାଲିଛି । ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ କିନ୍ତୁ ପରମାଣୁ ବୋମା ତିଆରି କରିବାରେ ସକ୍ରିୟ ରହିଛି। ପୃଥିବୀର ବିଭିନ୍ନ ରାଷ୍ଟ୍ରର ପରମାଣୁ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମ ଉପରେ ଗବେଷଣା କରୁଥିବା ଏକ ଆମେରକୀୟ ସଂସ୍ଥାର ସଦ୍ୟତମ ରିପୋର୍ଟ ଅନୁସାରେ ବର୍ତ୍ତମାନ ପାକିସ୍ତାନ ପାଖରେ ୧୪୦ରୁ ୧୫୦ ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ଯେଉଁ ହାରରେ ପାକିସ୍ତାନ ନିଜର ପରମାଣୁ ଅସ୍ତ୍ର ଭଣ୍ଡାର ଚଢାଇ ଚାଲିଛି, ତାହା ଯଦି ଜାରି ରହେ ତେବେ ୨୦୨୫ ମସିହା ବେଳକୁ ଯୁଦ୍ଧାସ୍ତ୍ର ସଂଖ୍ୟା ୨୨୦ରୁ ୨୫୦ ମଧ୍ୟରେ ପହଞ୍ଚିଯିବ। କେବଳ ସେତିକି ନୁହେଁ, ଯଦି ପାକିସ୍ତାନର ଏହି କାର୍ଯ୍ୟକଳାପ ଉପରେ ରୋକ ନ ଲାଗେ ତେବେ ଏହା ପୃଥିବୀର ପଞ୍ଚମ ବୃହତ ପରମାଣୁ ଅସ୍ତ୍ର ସଂପନ୍ନ ରାଷ୍ଟ୍ରରେ ପରିଣତ ହେବ।

The New Yorker

ଓ୍ଵାସିଂଟନସ୍ଥିତ ଫେଡେରେସନ୍‌ ଅଫ୍‌ ଆମେରିକାନ୍‌ ସାଇଣ୍ଟିଷ୍ଟ (ଏଫ୍‌ଏଏସ୍‌) ପକ୍ଷରୁ ଏହି ରିପୋର୍ଟ ହାନ୍ସ ଏମ୍‌ କ୍ରିଷ୍ଟେନ୍‌ସେନ୍‌, ରବର୍ଟ ନୋରିସ୍‌ ଏବଂ ଜୁଲିଆ ଡାଏମଣ୍ଡ ପ୍ରସ୍ତୁତ କରିଛନ୍ତି। ‘ପାକିସ୍ତାନୀ ନ୍ୟୁକ୍ଲିୟର ଫୋର୍ସେସ୍‌ ୨୦୧୮’ ଶୀର୍ଷକ ଏହି ରିପୋର୍ଟରେ ଜଣାଯାଇଛି କି ୧୯୯୯ରେ ପାକିସ୍ତାନ ପାଖରେ ୬୦ରୁ ୮୦ଟି ପରମାଣୁ ବୋମା ଥିବା ବେଳେ ଏବେ ଏହାର ସଂଖ୍ୟା ୧୪୦ ରୁ ୧୫୦ ମଧ୍ୟରେ ପହଞ୍ଚିଛି। ବର୍ତ୍ତମାନ ପାକିସ୍ତାନ ୪ଟି ପ୍ଲୁଟୋନିୟମ୍‌ ରିଆକ୍ଟର ରହିଛି ଏବଂ ୟୁରାନିୟମ୍‌ ପ୍ରକ୍ରିୟାକରଣ ୟୁନିଟ୍‌ ସଂଖ୍ୟା ମଧ୍ୟ ବଢି ଚାଲିଛି। ଫଳରେ ଏବେ ପାକିସ୍ତାନ ହାତରେ ପାଖାପାଖି ୧୫୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି।

ଏହି ରିପୋର୍ଟରେ କୁହାଯାଇଛି କି ପାକିସ୍ତାନରେ ପରମାଣୁ କାର୍ଯ୍ୟକ୍ରମ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସହ ଆମେରିକା ଓ ଅନ୍ୟ ରାଷ୍ଟ୍ରଙ୍କ ଚିନ୍ତା ବଢାଇଛି।

ସମ୍ବନ୍ଧିତ ଖବର