ନୂଆଦିଲ୍ଲୀ : ଗତ ଫେବ୍ରୁଆରୀ ମାସରେ ଭାରତ ପାକିସ୍ତାନର ବାଲାକୋଟରେ କରିଥିବା ବିମାନ ଆକ୍ରମଣ ପରେ ପାକିସ୍ତାନୀ ସେନାର ନିଦ ହଜିଯାଇଛି । ଭବିଷ୍ୟତରେ ଯେପରି ଭାରତ ଏପରି ଆକ୍ରମଣ କରିବାକୁ ସକ୍ଷମ ନ ହୁଏ ସେଥିପାଇଁ ନିଜର ରଣନୀତି ବଦଳାଉଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି । ଏହି ରିପୋର୍ଟ ଅନୁସାରେ ପାକିସ୍ତାନ ସେନା କେବଳ ନିୟନ୍ତ୍ରଣରେଖା ନୁହେଁ ଅନ୍ତର୍ଜାତୀୟ ସୀମାରେ ମଧ୍ୟ ନଜର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।

Advertisment

ପଞ୍ଜାବକୁ ଲାଗିଥିବା ସୀମାରେ ପାକିସ୍ତାନୀ ସେନା ଓ ରେଞ୍ଜର୍ସ ନୂଆ ବଙ୍କର, ଓ୍ଵାଚ ଟାଓ୍ଵାର, କଂକ୍ରିଟ ଘର, ରିଙ୍ଗ ବନ୍ଧ ଆଦି ନିର୍ମାଣ କରୁଛି । କେବଳ ଏତିକି ନୁହେଁ, ପାକିସ୍ତାନ ପକ୍ଷରୁ ଏ ଅଂଚଳରେ ଡ୍ରୋନ ଓ ପାଇଲଟ ବିହୀନ ବିମାନ ମଧ୍ୟ ମୁତୟନ କରାଯାଇଛି । ଏଗୁଡ଼ିକ ମାଧ୍ୟମରେ ଭାରତୀୟ ସୀମା ପଟେ ଥିବା କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖାଯାଉଛି । ପାକିସ୍ତାନ ସୀମାକୁ ଲାଗିଥିବା ଗୁରୁଦାସପୁର, ଫିରୋଜପୁର, ଫଜିଲକା ଆଦି ସେକ୍ଟରରେ ଏହି କାର୍ଯ୍ୟକଳାପ ଚାଲିଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି ।