ନୂଆଦିଲ୍ଲୀ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମୁହମ୍ମୁଦ୍ କ୍ୟୁରେସି ପୁଣି ଥରେ ଆତଙ୍କବାଦକୁ ସମର୍ଥନ କରି ନିଜ ବୟାନ ରଖିଛନ୍ତି । ପୁଲଓ୍ଵାମା ଆକ୍ରମଣରେ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦର କୌଣସି ହାତ ନ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଶାହା ମୁହମ୍ମୁଦ୍ କ୍ୟୁରେସି । ବିବିସିକୁ ସାକ୍ଷାତକାର ଦେଇ, ଦୁଇ ଦେଶ ମଧ୍ୟର ସେ ପର୍ଯ୍ୟନ୍ତ ଅଶାନ୍ତି ଲାଗି ରହିଥିବ ଯେ ପର୍ଯ୍ୟନ୍ତ ପୁଲଓ୍ଵାମା ଆକ୍ରମଣକୁ ନେଇ ପାକ୍ କହୁଥିବା କଥାକୁ ଭାରତ ନ ଶୁଣିବ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ସେତେବେଳେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ, ଯେତେବେଳେ ଭାରତ ଆମକୁ ଆତଙ୍କବାଦୀମାନେ ହିଁ ପୁଲଓ୍ଵାମାରେ ଆକ୍ରମଣ କରିଥିଲେ ବୋଲି ପ୍ରମାଣ ଦେବ । ଦୁଇ ଦେଶ ପାଖରେ ପରମାଣୁ ଶକ୍ତି ରହିଛି । ଏ ମଧ୍ୟରେ ଯୁଦ୍ଧ କରିବା କ’ଣ ଠିକ୍? ଆମେ ବସି ଏ ବିଷୟରେ କଥା ହେବାକୁ ରାଜି ଅଛୁ ବୋଲି କହିଥିଲେ ବୈଦେଶିକ ମନ୍ତ୍ରୀ କ୍ୟୁରେସି । ଏହା ସହ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ୩୫୦ଅତଙ୍କବାଦୀଙ୍କୁ ନିହତ କରିବା ଖବରକୁ ମଧ୍ୟ କ୍ୟୁରେସି ଗ୍ରହଣ କରି ନଥିବା ଦେଖା ଯାଇଛି।
/sambad/media/post_attachments/wp-content/uploads/2019/03/23-israeli-strike-on-gaza-1551181427-300x225.jpg)
ସୂଚନା ମୁତାବକ, ଫେବୃଆରି ୧୪ରେ ପୁଲଓ୍ଵାମା ଜିଲ୍ଲାରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିବା ପରେ ଭାରତର ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଯାହା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହେବାକୁ ଲାଗିଥିଲା ।