ଭାରତକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ପୁଣି ଧମକ: ଦୁଇଟି ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ

ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଏବେ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଛି। ସୀମାରେ  ୨୦ରୁ ଅଧିକ ସ୍ଥାନରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ ପୁଣି ଥରେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି।

dgdagdadgadg

ଇସଲାମାବାଦ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଏବେ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଛି। ସୀମାରେ  ୨୦ରୁ ଅଧିକ ସ୍ଥାନରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ ପୁଣି ଥରେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତ ଆଫଗାନିସ୍ତାନକୁ ସହାୟତା ଦେଇ  ସୀମାରେ ଯୁଦ୍ଧସ୍ଥିତି ସୃଷ୍ଟି  କରିଛି ଏବଂ ପାକିସ୍ତାନ ଏବେ ଭାରତ ଓ ଆଫଗାନିସ୍ତାନ ସହ  ଦୁଇଟି ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି।   ତାଲିବାନ ସହ  ସୀମା ବିବାଦ ମଧ୍ୟରେ ଆସିଫ୍‌ଙ୍କ ଏହି ବୟାନ  ଭାରତ-ପାକ୍‌ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି। ସୂଚନାଯୋଗ୍ୟ, ଅତୀତରେ ତାଲିବାନକୁ ସମର୍ଥନ କରିଥିବା ପାକିସ୍ତାନ ଏବେ ନିଜ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରୁ  ଭୀଷଣ ଅନର୍ଥକୁ ସାମ୍ନା କରୁଛି। ସପ୍ତାହକ ମଧ୍ୟରେ ଦୁଇ ଥର ବଡ଼ ଧରଣର ସଂଘର୍ଷ ପରେ ଉଭୟ ପାକିସ୍ତାନ ଓ ତାଲିବାନର ବ୍ୟାପକ କ୍ଷତି ଘଟିଛି। 

ଖ୍ୱାଜା ଆସିଫ ଏଭଳି ପରିସ୍ଥିତି ପାଇଁ ଭାରତକୁ ମଧ୍ୟ  ଦାୟୀ କରି କହିଛନ୍ତି ଯେ  ତାଲିବାନର  ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକିଙ୍କ ଭାରତ ଗସ୍ତ ସମୟରେ ପାକ୍‌ ବିରୋଧରେ ଷଡ୍‌ଯନ୍ତ୍ର ହୋଇଛି। ସେ ୨୦୨୫ ମେ’ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷକୁ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେତେବେଳେ ଭାରତ ‘ଅପରେସନ ସିନ୍ଦୂର’ ଅଧୀନରେ ଆତଙ୍କବାଦୀ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା। ତାଲିବାନ ଓ ଭାରତ ସହିତ ଏକକାଳୀନ ତିକ୍ତତା ପାକିସ୍ତାନକୁ ଏବେ ସଂକଟଜନକ ସ୍ଥିତିରେ ପକାଇଛି। ପାକିସ୍ତାନ ସରକାର ଅର୍ଥନୀତିକ ସମସ୍ୟା ଏବଂ ତାଲିବାନ ପ୍ରସଙ୍ଗରେ ସେନା ଭିତରେ ଥିବା ତୀବ୍ର ମତଭେଦର ସମ୍ମୁଖୀନ ହେଉଛି। ଏଭଳି ସ୍ଥିତିରେ ଭାରତକୁ ଯୁଦ୍ଧ ଧମକ ପାକିସ୍ତାନରେ ଅଧିକ ଅସ୍ଥିରତା ସୃଷ୍ଟି କରିବ ବୋଲି ବରିଷ୍ଠ କୂଟନୀତିଜ୍ଞମାନେ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe