କର୍ତ୍ତାରପୁରସ୍ଥିିତ ଗୁରୁ ନାନକଙ୍କ ସମାଧିସ୍ଥଳକୁ ‘ଜମି ବଦଳ’ ମାଧ୍ୟମରେ ଭାରତକୁ ଆଣିବା ପ୍ରସ୍ତାବକୁ ନାକଚ କଲା ପାକିସ୍ତାନ

ଚଣ୍ଡିଗଡ: ଜମି ବଦଳରେ ଜମି ଦେଇ ପାକିସ୍ତାନର କର୍ତ୍ତାରପୁରସ୍ଥିତ ଗୁରୁ ନାନକଙ୍କ ସମାଧିସ୍ଥଳକୁ ଭାରତୀୟ ସୀମା ପରିସରଭୁକ୍ତ କରିବାଲାଗି ପଞ୍ଜାବ ସରକାର ଦେଇଥିବା ପ୍ରସ୍ତାବକୁ ପାକିସ୍ତାନ ନାକଚ କରିଦେଇଛି।

ଭାରତୀୟ ସୀମାରୁ ୩ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଓ କର୍ତ୍ତାରପୁରସ୍ଥିତ ଗୁରୁୁ ନାନକଙ୍କ ସମାଧିସ୍ଥଳକୁ ଭାରତକୁ ହସ୍ତାନ୍ତର କରି ତା ବଦଳରେ ପାକ୍‌ ସୀମାକୁ ଲାଗି ଥିବା ପଞ୍ଜାବର ଡେରା ବାବା ନାନକ ଅଞ୍ଚଳରେ ୧୦,୦୦୦ ଏକର ଜମି ନେବା ପ୍ରସ୍ତାବକୁ ପାକିସ୍ତାନ ଗ୍ରହଣ କରିନାହିଁ। ଏ ନେଇ ପଞ୍ଜାବ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ଶିଖ୍‌ମାନଙ୍କର ଧାର୍ମିକ ଭାବାବେଗକୁ ସମ୍ମାନ ଦେଇ ପାକିସ୍ତାନକୁ ଜମିବଦଳ କରିବାକୁ ଅନୁରାଧ କରାଯାଇଥିଲା।

zee News

ମାତ୍ର ପାକିସ୍ତାନ ସିଧା ସିଧା ଏହି ପ୍ରସ୍ତାବକୁ ନାକଚ କରିଦେଇଛି। ପାକ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ, ଏହି ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ। ଏଥିସହ ସେ କହିଛନ୍ତି ଯେ, ଶିଖ୍‌ ଧର୍ମାବଲମ୍ବୀମାନଙ୍କ ଅନୁରୋଧ ରକ୍ଷା କରି ପାକ୍‌ ସରକାର କର୍ତ୍ତାରପୁରସ୍ଥିତ ନାନକଙ୍କ ସମାଧିସ୍ଥଳକୁ ବିନା- ଭିସାରେ ଯାତ୍ରା କରିବାର ସୁଯୋଗ ଦେଇଛନ୍ତି। ତେଣୁ ଜମି ବଦଳର ଆବଶ୍ୟକତା ନାହିଁ।

ଗୁରୁ ନାନକଙ୍କର ସମାଧିସ୍ଥଳ ପାକିସ୍ତାନର ନରୋଓ୍ଵାଲ୍‌ ଜିଲ୍ଲା ଅନ୍ତର୍ଗତ କର୍ତ୍ତାରପୁରରେ ରହିଛି। ଏହା ପଞ୍ଜାବ ଅନ୍ତର୍ଗତ ଭାରତୀୟ ସୀମାଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ। ଶିଖ୍‌ ଧର୍ମାବଲମ୍ବୀଙ୍କର ଏକ ପବିତ୍ର ପୀଠ ଭାବେ ପରିଗଣିତ କର୍ତ୍ତାରପୁର ସାହେବକୁ ଭାରତୀୟ ସୀମା ଭିତରକୁ ଆଣିବା ଲାଗି ପ୍ରୟାସ କରୁଛନ୍ତି ପଞ୍ଜାବ ସରକାର।

ଗୁରୁ ନାନକଙ୍କର ୧୨୫ ତମ ଜୟନ୍ତୀ ଅବସରରେ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକଠାରୁ କର୍ତ୍ତାରପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲାଗି ଭାରତ ଓ ପାକିସ୍ତାନ ରାଜି ହୋଇଛନ୍ତି। ପାକିସ୍ତାନ ପଟେ କର୍ତ୍ତାରପୁର କରିଡରର ଶିଳାନ୍ୟାସ କରାଯାଇଥିବା ବେଳେ ଜମି ବଦଳ ପ୍ରସ୍ତାବକୁ ପାକିସ୍ତାନ୍‌ ନାକଚ କରି ଦେଇଛି।

ସମ୍ବନ୍ଧିତ ଖବର