ଆତଙ୍କବାଦୀଙ୍କ ଶବ ନେବାକୁ ମନା କରୁଛି ପାକିସ୍ତାନ

ନୂଆଦିଲ୍ଲୀ : ବିଗତ କିଛି ଦିନ ହେଲା ଭାରତୀୟ ସେନାର ଓ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ମଧ୍ୟରେ ଅନେକ ଥର ମୁହାଁମୁହିଁ ସଂଘର୍ଷ ହୋଇଛି । ସେନା ସହ ସଂଘର୍ଷରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନେ ପାକିସ୍ତାନରୁ ଆସିଥିବାର ସବୁ ପ୍ରମାଣ ଥିବାରୁ ଏସବୁ ମୃତଦେହ ଗୁଡ଼ିକୁ ଫେରାଇ ନେଇ ସେମାନଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିବାକୁ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ସେନାକୁ କୁହାଯାଇଛି । କିନ୍ତୁ ପାକିସ୍ତାନ ପକ୍ଷରୁ ସେମାନଙ୍କ ଶବ ନେବାକୁ ମନା କରିଦିଆଯାଇଛି ବୋଲି ଜଣାପଡିଛି । ଗତକାଲି ଜାମ୍ମୁର ସୁନ୍ଦରବନି ସେକ୍ଟର ସ୍ଥିତ ନିୟନ୍ତ୍ରଣରେଖା ନିକଟରେ ପାକ ଅନୁପ୍ରବେକାରୀଙ୍କ ଗୁଳିମାଡରେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ୫ ଜଣ ସ୍ଥାନୀୟ ନାଗରିକ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର