ଭାରତ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଲକ୍ଷ୍ୟରେ ପାକିସ୍ତାନ ସେନା, ନିୟନ୍ତ୍ରଣ ରେଖା ନିକଟରେ ଠୁଳ କରୁଛି କମାଣ୍ଡୋ

ଶ୍ରୀନଗର : ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇଦେବା ପରେ ଭାରତ ଉପରେ ରାଗ ସୁଝାଇବାକୁ ପାକିସ୍ତାନ ସୁଯୋଗ ଅପେକ୍ଷାରେ ରହିଛି । କେବଳ ଆତଙ୍କବାଦୀ ଆକ୍ରମଣ ନୁହେଁ, ଭାରତ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପାକିସ୍ତାନ ପ୍ରସ୍ତୁତି କରୁଥିବା ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପ୍ରାୟ ୧୦୦ରୁ ଅଧିକ ଲଢୁଆ ସ୍ପେସାଲ ସର୍ଭିସେସ ଗ୍ରୁପ(ଏସଏସଜି) କମାଣ୍ଡୋମାନଙ୍କୁ ମୁତୟନ କରିଛି ।

ଏହି କମାଣ୍ଡୋମାନେ ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ସୁଯୋଗ ଅପେକ୍ଷାରେ ଅଛନ୍ତି । ଏହା ସହିତ ପାକିସ୍ତାନ ପକ୍ଷରୁ ବିଭିନ୍ନ ଓଜନିଆ ଯୁଦ୍ଧ ସାମଗ୍ରୀ ନିୟନ୍ତ୍ରଣ ରେଖା ସେପଟେ ଠୁଳ କରୁଥିବା ଜଣାଯାଇଛି । ସେମାନେ ମଧ୍ୟ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କ ସହ ତାଳମେଳ ରଖି କାର୍ଯ୍ୟ କରୁଛନ୍ତି । ତେବେ ଭାରତୀୟ ସେନା ପାକିସ୍ତାନର ଏପରି କାର୍ଯ୍ୟକଳାପକୁ ଧୈର୍ଯ୍ୟର ସହ ଅପେକ୍ଷା କରିଛି । ପାକିସ୍ତାନର ଯେକୌଣସି ଦୁଃସାହସର ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଥିବା ସେନା ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର