ନିୟନ୍ତ୍ରଣ ରେଖା ସେପଟେ ବିପୁଳ ପରିମାଣରେ ଗୋଳାବାରୁଦ ଠୁଳ କରୁଛି ପାକିସ୍ତାନ, ବଡ଼ ଧରଣର ଆକ୍ରମଣ ପାଇଁ ମସୁଧା

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରୁଛି । ଏହି ଯୋଜନାକୁ ସଫଳ କରିବାକୁ ନିୟନ୍ତ୍ରଣ ରେଖା ସେପଟେ ପାକିସ୍ତାନ ନିଜର ସେନା, ଆତଙ୍କବାଦୀମାନଙ୍କୁ ଠୁଳ କରୁଛି । ଗତକାଲି ଖବର ଆସିଥିଲା ଯେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ନିଜର ଏକ ବ୍ରିଗେଡ୍‌ (ଗୋଟିଏ ବ୍ରିଗେଡ୍‌ରେ ପ୍ରାୟ ୨ ହଜାର ସୈନିକ ଥାଆନ୍ତି ) ସୈନିକ ରଖିଛି ।

ଆଜି ଖବର ଆସିଛି ଯେ ପାକିସ୍ତାନ ସୀମାରେ କେବଳ ସେନା ନୁହେଁ, ବିପୁଳ ପରିମାଣରେ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଆଣି ଠୁଳ କରୁଛି । ଶୀତ ପୂର୍ବରୁ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ଏସବୁ ଅସ୍ତ୍ରଶସ୍ତ୍ର ସହ ଭାରତ ମଧ୍ୟକୁ ପ୍ରବେଶ କରାଇବାକୁ ଆଇଏସଆଇ ଯୋଜନା କରିଛି । ଆହୁରି ମଧ୍ୟ ଚଳିତ ମାସରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ପୂର୍ବରୁ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରି କଶ୍ମୀରକୁ ଏକ ବଡ଼ ପ୍ରସଙ୍ଗ କରିବାକୁ ପାକିସ୍ତାନ ଚାହୁଁଛି । ପାକିସ୍ତାନର ଗତିବିଧି ଉପରେ ଭାରତୀୟ ସେନା  ଉପରେ ସତର୍କ ଦୃଷ୍ଟି ରଖିଛି ।

ସମ୍ବନ୍ଧିତ ଖବର