ଇସ୍ଲାମାବାଦ: ପାକିସ୍ତାନରେ ନୂଆ ସରକାର ଗଠନ ପାଇଁ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପଟେ ପାକିସ୍ତାନରେ ଗଣତନ୍ତ୍ର ଦୁର୍ବଳ ହେଉଥିବା ବେଳେ ଅନ୍ୟପଟେ ସେନାର ପ୍ରଭାବ ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ଏଥର ନିର୍ବାଚନରେ ପାକ୍ ସେନା ସିଧାସଳଖ ହସ୍ତକ୍ଷେପ କରୁଛି ଏବଂ ଇମ୍ରାନ ଖାନ୍୍ଙ୍କ ଦଳ ତେହରିକ୍-ଏ-ଇନ୍୍ସାଫ୍୍କୁ ବିଜୟୀ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଚଳାଇଛି। ଫଳରେ ପାକିସ୍ତାନ ନିର୍ବାଚନ ଏଥର କେବଳ ନାମକୁ ମାତ୍ର ଗଣତାନ୍ତ୍ରିକ ହୋଇ ରହିଯିବ ଏବଂ ଇମ୍ରାନ୍ଙ୍କ ପିଟିଆଇ ସରକାର ଗଠନ କରିବା ସୁନିଶ୍ଚିତ ବୋଲି କୁହାଯାଉଛି। ପାକିସ୍ତାନ ସଂସଦ ପାଇଁ ମୋଟ ୨୭୨ ଆସନରେ ନିର୍ବାଚନ ହେଉଥିବା ବେଳେ ଏଥିରେ ୩୪୫୯ ଜଣ ପ୍ରାର୍ଥୀ ଅଛନ୍ତି। ଅନ୍ୟପକ୍ଷରେ ସମାନ୍ତରାଳ ଭାବେ ୪ଟି ପ୍ରଦେଶର ବିଧାନସଭା ପାଇଁ ମଧ୍ୟ ହେଉଥିବା ନିର୍ବାଚନରେ ୫୭୭ ଆସନ ପାଇଁ ୮୩୯୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଆସନ୍ତାକାଲି ଦେଶରେ ୧୦୫.୯୬ ନିୟୁତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପୂର୍ବ କ୍ରିକେଟ ଖେଳାଳି ଇମ୍ରାନ ଖାନ୍ ୧୯୯୭ରେ ସକ୍ରିୟ ରାଜନୀତିକୁ ଆସିଥିବା ବେଳେ ଏଥର ତାଙ୍କ ଦଳକୁ ଜିତାଇବା ପାଇଁ ସେନା ଖୋଲାଖୋଲି ସହାୟତା କରୁଛି। ଜେଲ୍୍ରେ ବନ୍ଦୀ ଥିବା ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ଙ୍କ ଦଳ ପିଏମ୍ଏଲ୍-ଏନ୍ର ପ୍ରାର୍ଥୀଙ୍କୁ ସେନା ଧମକାଇଥିବା ନଜିର ରହିଛି। ସେନାର ଚାପରେ ଶତାଧିକ ପିଏମ୍୍ଏନ୍-ଏନ୍ ନେତା ଦଳ ଛାଡ଼ି ଏବେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି ।
ସର୍ଭେ ରିପୋର୍ଟ
ଇମ୍ରାନ୍ ହୋଇପାରନ୍ତି ପ୍ରଧାନମନ୍ତ୍ରୀ
ଇସ୍ଲାମାବାଦ: ପାକିସ୍ତାନ ତେହରିକ୍ ଏ ଇନ୍୍ସାଫ୍୍ ପାର୍ଟିର ସୁପ୍ରିମୋ ଇମ୍ରାନ୍ ଖାନ୍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ବିଭିନ୍ନ ସର୍ଭେ ରିପୋର୍ଟରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ଦୌଡ଼ରେ ଇମ୍ରାନ୍ଙ୍କ ନାମ ସମସ୍ତଙ୍କଠାରୁ ଆଗରେ ଥିବା ବେଳେ ତାଙ୍କ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ପ୍ରମୁଖ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡ଼ିଛି। ନିର୍ବାଚନ ପ୍ରକ୍ରିୟାରେ ପାକିସ୍ତାନୀ ସେନାର ମାତ୍ରାଧିକ ହସ୍ତକ୍ଷେପ ଏବଂ ପିଟିଆଇକୁ ଜିତାଇବାକୁ ରଣନୀତି ଯୋଗୁଁ ଏଭଳି ସ୍ଥିତି ଆସିବ ବୋଲି ଜଣାପଡ଼ିଛି। ତେବେ ଇମ୍ରାନ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ସେନା କେବଳ ଦେଶର ସୁରକ୍ଷା ପାଇଁ ନିୟୋଜିତ ରହିଛି ଏବଂ ତାଙ୍କ ପ୍ରତି ଲୋକଙ୍କ ବିପୁଳ ସମର୍ଥନ ରହିଛି। ଇମ୍ରାନ୍ଙ୍କ ଭାରତ ବିରୋଧରେ କଠୋର ଆଭିମୁଖ୍ୟ ଯୋଗୁଁ ସେନାର ପୂର୍ଣ୍ଣ ସମର୍ଥନ ଏଥର ତାଙ୍କ ପ୍ରତି ରହିଥିବା ଜଣାପଡ଼ିଛି।
ପାକିସ୍ତାନରେ ଆଜି ନିର୍ବାଚନ:ଇମ୍ରାନଙ୍କ ପଛରେ ସେନାର ସମର୍ଥନ
/sambad/media/post_attachments/wp-content/uploads/2018/07/imran-khan-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)