ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତର ସାମରିକ ଅଭିଯାନ ବେଳେ ଭାରତୀୟ ଅଭେଦ୍ୟ ବାୟୁପ୍ରତିରୋଧକ ଶକ୍ତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ଭାରତ କିପରି ପାକିସ୍ତାନର ୮ଟି ବିମାନଘାଟି ସମେତ ୧୩ଟି ଟାର୍ଗେଟକୁ ଏତେ ନିର୍ଭୁଲଭାବେ ଭେଦ କରିପାରିଲା ଓ ତାହାକୁ ଅଟକାଇବାରେ ପାକିସ୍ତାନ କିପରି ଏତେ ଶୋଚନୀୟ ଭାବେ ବିଫଳ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ମେ ୯ ଓ ୧୦ ରାତିରେ ପାକିସ୍ତାନ ଭାରତର ସାମରିକ ଓ ବେସାମରିକ ଅଂଚଳ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଭୟଙ୍କର ଆକ୍ରମଣ କରିଥିଲା, କିନ୍ତୁ ତାହା ଭାରତର ଏକ ଅଭେଦ୍ୟ ପ୍ରତିରକ୍ଷା ପ୍ରାଚୀରକୁ ଭେଦ କରିପାରିନଥିଲା, ତାହା ହେଉଛି ଆକାଶତୀର । ଏହାର ଶକ୍ତି ଓ ଦକ୍ଷତା ଦେଖି ବିଶ୍ବର ସାମରିକ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏପରିକି ପାକିସ୍ତାନର ବିଶେଷଜ୍ଞମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଆକାଶତୀର ହିଁ ଭାରତ ଆଭିମୁଖେ ଆସୁଥିବା ପାକିସ୍ତାନର ଡ୍ରୋନ, କ୍ଷେପଣାସ୍ତ୍ର, ମାଇକ୍ରୋ ୟୁଏଭି ଲଏଟରିଂ ମ୍ୟୁନିସନ ଆଦିକୁ ସଫଳତାର ସହ ଭାରତର ବାୟୁସୀମାରେ ପ୍ରବେଶ କରାଇଦେଇନଥିଲା । ଆକାଶତୀର ସଂପୂର୍ଣ୍ଣଭାବେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ଏହା ଆତ୍ମନିର୍ଭର ଭାରତର ଶକ୍ତିକୁ ପ୍ରମାଣିତ କରୁଛି । ଏହା ତୁଳନାରେ ପାକିସ୍ତାନ ବ୍ୟବହାର କରୁଥିବା ଏଚକ୍ୟୁ-୯ ଓ ଏଚକ୍ୟୁ-୧୬ ଭାରତର କ୍ଷେପଣାସ୍ତ୍ର ଓ ଡ୍ରୋନଗୁଡ଼ିକୁ ଅଟକାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା, ଫଳରେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏକ ସଂପୂର୍ଣ୍ଣ ସ୍ବୟଂଚାଳିତ ପ୍ରତିରକ୍ଷା ବ୍ୟବସ୍ଥା ଆକାଶତୀର ରିଅଲ ଟାଇମରେ ନିଜର ଟାର୍ଗେଟକୁ ଧ୍ବଂସ କରିଦେଇଥାଏ।