ଚୀନ୍‌ ଋଣ ଯନ୍ତାରେ ପାକିସ୍ତାନ ‘ସିଲ୍କ୍‌ ରୋଡ’ ପ୍ରକଳ୍ପରୁ ଓହରିବାକୁ ଯୋଜନା

ଇସ୍‌ଲାମାବାଦ: ଚୀନ୍‌ ସିଲ୍କ୍ ରୋଡ ଯୋଜନା ଏବେ ପାକିସ୍ତାନ ପାଇଁ କାଳ ହେବାକୁ ଯାଉଛି। ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର ଯୋଗୁଁ ପାକିସ୍ତାନ ଉପରେ ଋଣ ବୋଝ ବଢ଼ି ଚାଲିଥିବା ବେଳେ ସିଲ୍‌୍‌କ ରୋଡ ଯୋଜନାରେ ହିନ୍ଦୁକୁଶ ପାଦଦେଶରୁ ଆରବ ସାଗର ପର୍ଯ୍ୟନ୍ତ ରେଳ ଲାଇନ୍‌ ନିର୍ମାଣ ପାଇଁ ଚୀନ୍‌ର ଯୋଜନାକୁ ଏବେ ପାକିସ୍ତାନ ଗ୍ରହଣ ନ କରିବାକୁ ଯୋଜନା କରୁଛି। ଏଥିପାଇଁ ଇମ୍ରାନ୍‌ ଖାନ୍‌ଙ୍କ ସରକାର ଏକ ଜରୁରୀ ବୈଠକରେ ଋଣ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଚୀନ୍‌ ୮୨୦ କୋଟି ଡଲାର ଖର୍ଚ୍ଚ କରି ଏହି ରେଳଲାଇନ୍‌ ନିର୍ମାଣ କରିବାକୁ ଚାହୁଥିବାରୁ ଏ ବାବଦ ଆର୍ଥିକ ବୋଝ ସମ୍ଭାଳିବା ପାଇଁ ପାକିସ୍ତାନ ଅସମର୍ଥ ବୋଲି ସରକାର ଅନୁଭବ କରୁଛନ୍ତି। ତେଣୁ ସିଲ୍କ୍‌ ରୋଡ ଯୋଜନାରୁ ଯେ କୌଣସି ସମୟରେ ପାକିସ୍ତାନ ଓହରି ଆସିବ ବୋଲି କୁହାଯାଉଛି। ଏଭଳି ସ୍ଥିତି ଉପୁଜିଲେ ଚୀନ୍‌ ପାଇଁ ଏହା ବଡ଼ ଝଟ୍‌କା ସାବ୍ୟସ୍ତ ହେବ। ବିଦେଶୀ ଋଣରୁ ମୁକୁଳିବା ଇମ୍ରାନ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ ହୋଇଛି।

ସମ୍ବନ୍ଧିତ ଖବର