ନୂଆଦିଲ୍ଲୀ,: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନ ଉପରେ ବିଶ୍ୱ ସମୁଦାୟର ଚାପ ବଢ଼ୁଛି। ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ୍କୁ ପାକିସ୍ତାନ ସୁରକ୍ଷା ଦେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାରୁ ଏହାର ଯାଞ୍ଚ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଏକ ଟିମ୍ ଇସ୍ଲାମାବାଦ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଆଗାମୀ ଗୁରୁବାରଠାରୁ ଜାତିସଂଘର ୫ ଜଣିଆ ସଦସ୍ୟ ଦଳ ଦୁଇ ଦିନ ପାଇଁ ଇସ୍୍ଲାମାବାଦ ଗସ୍ତରେ ଯିବେ। ଆମେରିକା ବିଦେଶ ବିଭାଗ ହାଫିଜ୍କୁ ଆତଙ୍କବାଦୀ ଘୋଷଣା କରିଥିବା ବେଳେ ହାଫିଜ୍ ବିରୋଧରେ ଭାରତ ଅନେକ ବଳିଷ୍ଠ ପ୍ରମାଣ ପାକିସ୍ତାନକୁ ଦେଇଛି ଏବଂ ଜାତିସଂଘରେ ମଧ୍ୟ ଉପସ୍ଥାପନ କରିଛି। ଭାରତ ବିରୋଧରେ ଲଗାତାର ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ହାଫିଜ୍କୁ ପାକିସ୍ତାନ ସରକାର କିଛିଦିନ ପାଇଁ ଗୃହବନ୍ଦୀ କରିଥିଲେ ଏବଂ ନିକଟରେ ତାକୁ ମୁକ୍ତ କରିଛନ୍ତି।
ହାଫିଜ୍କୁ ନେଇ ଅଡ଼ୁଆରେ ପାକ୍
ଯାଞ୍ଚ ପାଇଁ ଯିବେ ଜାତିସଂଘ ଟିମ୍
/sambad/media/post_attachments/wp-content/uploads/2017/11/hafiz.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)