ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ସ୍ତରରେ ବେଜ୍ଜିତ୍ ହେଉଛି ପାକିସ୍ତାନ । ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ (UAE) ଭଳି ଉପସାଗରୀୟ ଦେଶଗୁଡ଼ିକରେ ଭିକାରୀଙ୍କ ପାଇଁ ପାକିସ୍ତାନ ଲଜ୍ଜିତ ହୋଉଛି । ଏହି ଦେଶଗୁଡ଼ିକ ହଜାର ହଜାର ପାକିସ୍ତାନୀ ଭିକାରୀଙ୍କୁ ଦେଶାନ୍ତର କରୁଛି ।
ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ , ସାଉଦି ଆରବ ଗତ ୧୬ ମାସରେ ୫ ହଜାରରୁ ଅଧିକ ପାକିସ୍ତାନୀ ଭିକାରୀଙ୍କୁ ତଡ଼ି ଦେଇଛି । ଆତଙ୍କବାଦୀ ଜନ୍ମ କରୁଥିବା ପାକିସ୍ତାନର ଭିକାରୀମାନଙ୍କୁ ୟୁନାଇଟେଡ୍ ଆରବ ଏମିରେଟ୍ସ , କତାର, ଓମାନ, ଇରାକ ଏବଂ ମାଲେସିଆ ଭଳି ଦେଶରୁ ମଧ୍ୟ ତଡ଼ି ଦିଆଯାଉଛି । ଭିକାରୀଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଅପମାନର ସମ୍ମୁଖୀନ ହେଉଛି ପାକିସ୍ତାନ । ସେଥିପାଇଁ ଦେଶାନ୍ତରିତ ହୋଇଥିବା ଭିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି ପାକ୍ ସରକାର। ଅନ୍ୟ ଦେଶରୁ ନିର୍ବାସିତ ହୋଇଥିବା ଭିକାରୀଙ୍କ ପାସପୋର୍ଟ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ପାକ୍ । ଏହା ବ୍ୟତୀତ ସେମାନଙ୍କ ଉପରେ ପାଞ୍ଚ ବର୍ଷ ପାଇଁ ଟ୍ରାବେଲ୍ ପ୍ରତିବନ୍ଧକ ଲଗାଇବା ସହ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ।
ପାକିସ୍ତାନୀମାନେ ତୀର୍ଥଯାତ୍ରା ଭିସାରେ ସାଉଦି, ଇରାନ ଓ ଇରାକ ଭଳି ଦେଶକୁ ଯାଆନ୍ତି ଏବଂ ତା'ପରେ ସେଠାରେ ଭିକ୍ଷା ମାଗିବା ଆରମ୍ଭ କରନ୍ତି । ଏହା ଜାଣିବା ପରେ ଉକ୍ତ ଦେଶଗୁଡ଼ିକ ମଧ୍ୟ ପାକିସ୍ତାନୀମାନଙ୍କୁ ଭିସା ଦେବାରେ ସଙ୍କୋଚ କରିବା ଆରମ୍ଭ କରିଛି , ଯାହା କି ପାକିସ୍ତାନ ପାଇଁ ବହୁତ ଲଜ୍ଜାଜନକ କଥା ।
ଏହା ସତ୍ତ୍ୱେ ପାକିସ୍ତାନ ତା’ର ଭିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । କାରଣ ବିଦେଶରେ ଭିକ ମାଗୁଥିବା ଭିକାରୀମାନଙ୍କର ପାକିସ୍ତାନର ଅର୍ଥ ବ୍ୟବସ୍ଥା ଉପରେ ବହୁତ ବଡ଼ ଅବଦାନ ରହିଛି । ସୁଚନା ଅନୁସାରେ , ପାକିସ୍ତାନର ୨.୨ କୋଟି ଲୋକ ଭିକ ମାଗିବା କାର୍ଯ୍ୟରେ ଜଡ଼ିତ ଯାହା କି ପ୍ରତିବର୍ଷ ପାଖାପାଖି ୪୨ ବିଲିୟନ ଟଙ୍କା ପାକିସ୍ତାନକୁ ପଠାନ୍ତି । ପାକିସ୍ତାନୀ ଲୋକମାନେ ବିଦେଶରେ ଭିକ ମାଗି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ଯାହା କି ତାଙ୍କ ଦେଶର ଜିଡିପିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କିନ୍ତୁ ଏବେ ଅନ୍ୟ ଦେଶଗୁଡ଼ିକରୁ ଚାପ ପଡ଼ିବାରୁସେ ତାର ଭିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।