ପାକିସ୍ତାନରେ ୫୦ ପ୍ରତିଶତଙ୍କୁ ଦି ଓଳି ଖାଦ୍ୟ ବି ମିଳୁନି: ସର୍ଭେ

ଇସଲାମାବାଦ: ପାକିସ୍ତାନରେ ଅଧାରୁ ଅଧିକ ପରିବାର ଗରିବ ହୋଇଥିବା କାରଣରୁ ଦି ଓଳି ଖାଦ୍ୟ ବି ଖାଇପାରୁନାହାଁନ୍ତି | ଯାହାଫଳରେ ବହୁ ସଂଖ୍ୟାରେ ପିଲା କୁପୋଷଣର ଶିକାର ହେଉଛନ୍ତି | ଏକ ମିଡ଼ିଆ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ପାକିସ୍ତାନର ଅଧାରୁ ଅଧିକ ଲୋକ ଏତେ ଗରିବ ଯେ ଦିନକୁ ଦୁଇଥର ଭଲରେ ଖାଦ୍ୟ ଖାଇପାରୁନାହାଁନ୍ତି | ଯାହାଫଳରେ ପାକିସ୍ତାନର ୪୦.୨ ପ୍ରତିଶତ ପିଲା ଏବେ କୁପୋଷଣ ଓ ଅପପୃଷ୍ଟିର ଶିକାର ହୋଇପଡିଛନ୍ତି |

ପାକିସ୍ତାନ ପିଡିଆଟ୍ରିକ ଆସୋସିଏସନର ସେକ୍ରେଟାରୀ ଜେନେରାଲ ଡାକ୍ତର ଖାଲୀଦ ଖଫି କହିଛନ୍ତି ଯେ ଖୁବ ଶୀଘ୍ର ପାକିସ୍ତାନ ସରକାର ଏକ ବିଲ ଆଣିବାକୁ ଯାଉଛନ୍ତି | ଯାହା ଦ୍ୱାରା କୁପୋଷଣର ଶିକାର ହୋଇଥିବା ପିଲାମାନଙ୍କର ପରିବାରକୁ ଅଟା ଓ ଘିଅ ଭଳି ପୋଷଣଯୁକ୍ତ ଖାଦ୍ୟ ମିଳିପାରିବ | ଏହି ସର୍ଭେରେ ୧ ଲକ୍ଷ ୧୫ ହଜାର ପରିବାରର ୧ ଲକ୍ଷ ୪୫ ଜଣ ମହିଳା ଓ ୭୬ ହଜାର ପାଞ୍ଚ ବର୍ଷରୁ କମ ଶିଶୁଙ୍କୁ ସାମିଲ କରାଯାଇଥିଲା |

ଏଠାରେ ସୂଚନା ଥାଉ କି ପାକିସ୍ତାନରେ ନୂଆ ସରକାର ଗଠନ ହେବା ପରେ ମଧ୍ୟ ଦ୍ରବ୍ୟ ଦରବୃଦ୍ଧି ଓ ଗରିବ ସମସ୍ୟାର ସମାଧାନ ହୋଇପାରିନାହିଁ | ଯାହାଫଳରେ ପୋଷଣଯୁକ୍ତ ଖାଦ୍ୟ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା କଷ୍ଟକର ହୋଇପଡୁଛି |

ସମ୍ବନ୍ଧିତ ଖବର