ଆତଙ୍କବାଦ ଶିବିର ପାକିସ୍ତାନ ଧ୍ୱଂସ କରିପାରିଲା ନାହିଁ ବୋଲି ଆମକୁ କରିବାକୁ ପଡ଼ିଲା: ସୀତାରମଣ
ନୂଆଦିଲ୍ଲୀ: ପାକିସ୍ତାନର ବାଲୋକୋଟରେ ଭାରତୀୟ ବାୟୁସେନା କରିଥିବା ଏୟାର୍ ଷ୍ଟ୍ରାଇକ୍ ଉପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମତ ରଖି କହିଛନ୍ତି ଯେ ପାକ୍ ଆତଙ୍କବାଦୀମାନଙ୍କର ମୂଳପୋଛ କରିପାରିଲା ନାହିଁ ବୋଲି ଆମକୁ ଏ ନିଷ୍ପତ୍ତି ନେବାକୁ ପଡ଼ିଲା। ସେ କହିଛନ୍ତି ପାକିସ୍ତାନ ତା’ ଦେଶରେ ରହିଥିବା ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଉପରେ ଉପଯୁକ୍ତ ପଦକ୍ଷେପ ନେଇଥିଲେ ଆମକୁ ଏୟାର୍ ଷ୍ଟ୍ରାଇକ୍ କରିବାକୁ ପଡ଼ିନଥାନ୍ତା।
Sambad is now on WhatsApp
Join and get latest news updates delivered to you via WhatsApp
କର୍ଣ୍ଣାଟକର ସିଭମୋଗାଠାରେ ଏକ ରାଲିକୁ ସମ୍ବୋଧନ କଲା ବେଳେ ସୀତାରମଣ ଏପରି ମତ ରଖିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ‘ପାକିସ୍ତାନ କହୁଛି ସେମାନେ ବି ଆତଙ୍କବାଦର ଶିକାର। ତାହେଲେ କ’ଣ ଆତଙ୍କବାଦୀମାନଙ୍କ ଶିବିରକୁ ନଷ୍ଟ କରିବା ପାକ୍ର କାମ ନୁହେଁ?’
ବାଲାକୋଟରେ ଭାରତୀୟ ବାୟୁସେନା କରିଥିବା ଏୟାର୍ ଷ୍ଟ୍ରାଇକ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ପ୍ରକାରର ଖୋଳତାଢ଼ କରିବା ପରେ ସୀତାରମଣ ଏ ସଂପର୍କରେ ନିଜ ମତ ରଖିଛନ୍ତି।
ଆତଙ୍କବାଦ ଉପରେ ପାକିସ୍ତାନକୁ ସୀତାରମଣ ପ୍ରଥମ ଥର ଦୋଷୀ ବୋଲି କହିନାହାନ୍ତି। ପୂର୍ବରୁ ମଧ୍ୟ ଅନେକ ବାର ଏ ନେଇ ସେ ପାକିସ୍ତାନକୁ ନିନ୍ଦା କରିଛନ୍ତି।