ଇସ୍‌ଲାମାବାଦ: ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ମନି ଲଣ୍ଡରିଂ କରିବା ଘଟଣା ଆଗାମୀ ଦିନରେ ପାକିସ୍ତାନ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଏହି କାରଣ ପାଇଁ ଫାଇନାନସିଆଲ ଆକ୍‌ସନ୍‌ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନକୁ କଳା ତାଲିକାଭୁକ୍ତ ଘୋଷଣା କରିବାର ବହୁ ସମ୍ଭାବନା ରହିଥିବା ଏସିଆ ପାସିଫିକ୍‌ ଗ୍ରୁପ୍‌ (ଏପିଜି)ର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Advertisment

ଫାଇନାନସିଆଲ ଆକ୍‌ସନ୍‌ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ପୂର୍ଣ୍ଣ ଅଧିବେଶନ ପୂର୍ବରୁ ଏସିଆ ପାସିଫିକ୍‌ ଗ୍ରୁପ୍‌ (ଏପିଜି)ର ୨୨୮ ପୃଷ୍ଠା ସମ୍ବଳିତ ଏହି ବହୁ ପ୍ରତୀକ୍ଷିତ ରିପୋର୍ଟ ପ୍ରକାଶ ପାଇଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ୍‌ମାସରେ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ‘ଗ୍ରେ’ ତାଲିକାଭୁକ୍ତ କରିବା ସହ ୪୦ଟି ପ୍ରସଙ୍ଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୦୧୯ ଅକ୍ଟୋବର ମାସରେ ଆୟୋଜିତ ହେବାକୁ ଥିବା ଏଫ୍‌ଏଟିଏଫ୍‌ର ପୂର୍ଣ୍ଣ ଅଧିବେସନ ପୂର୍ବରୁ ନିଜର ରିପୋର୍ଟ ଦାଖଲ କରିବାକୁ କହିଥିଲା। ନଚେତ୍‌ ଇରାନ୍‌ ଓ ଉତ୍ତର କୋରିଆ ପରି ପାକିସ୍ତାନକୁ ମଧ୍ୟ କଳାତାଲିକା ଭୁକ୍ତ କରାଯିବ ବୋଲି ଧମକ ଦେଇଥିଲା।

publive-image Dawn

ତେବେ, ଏଫ୍‌ଏଟିଏଫ୍‌ର ପୂର୍ବ ସର୍ତ୍ତ ମୁତାବକ ପାକିସ୍ତାନ ୪୦ଟି ପ୍ରସଙ୍ଗ ମଧ୍ୟରୁ କେବଳ ମାତ୍ର ଗୋଟିଏ ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଏପିଜି ନିଜ ରିପୋର୍ଟରେ ଦର୍ଶାଇଛି। ସେହିପରି ଆତଙ୍କବାଦୀ ଓ ଆତଙ୍କବାଦ ସହ ସଂପୃକ୍ତ ଥିବା ସଂଗଠନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏଫ୍‌ଏଟିଏଫ୍‌ ପକ୍ଷରୁ ପାକିସ୍ତାନକୁ କଡ଼ା ନିର୍ଦ୍ଦେଶ ଦିଆ ଯାଇଥିଲେ ମଧ୍ୟ ପାକିସ୍ତାନ ଏହା ଉପରେ ନିରବ ହୋଇ ବସିଛି। ସେହିପରି ପାକିସ୍ତାନ ମାଟିରେ ଗଢ଼ି ଉଠିଥିବା ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ମନି ଲଣ୍ଡରିଂ କରିବା ଘଟଣାକୁ ପାକିସ୍ତାନ ଅସ୍ୱୀକାର କରୁଥିଲେ ମଧ୍ୟ ଏବେ ବି ବହୁ ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ମନି ଲଣ୍ଡରିଂ କରୁଥିବା ଏପିଜି ନିଜ ରିପୋର୍ଟରେ ଦର୍ଶାଇଛି।

ଏହି ସମସ୍ତ ଘଟଣା ପରିପ୍ରେକ୍ଷୀରେ ୨୦୧୯ ଅକ୍ଟୋବର ମାସରେ ଆୟୋଜିତ ହେବାକୁ ଥିବା ଏଫ୍‌ଏଟିଏଫ୍‌ର ପୂର୍ଣ୍ଣ ଅଧିବେସନ ପାକିସ୍ତାନକୁ କଳା ତାଲିକା ଭୁକ୍ତ ଘୋଷଣା କରାଯିବାର ବହୁ ସମ୍ଭାବନା ରହିଥିବା କହିଛନ୍ତି ଏଫ୍‌ଏଟିଏଫ୍‌ର ଜନୈକ ବରିଷ୍ଠ କାର୍ଯ୍ୟକର୍ତ୍ତା।