ନୂଆଦିଲ୍ଲୀ : କଳା ତାଲିକାରେ ସାମିଲ ହୋଇପାରେ ପାକିସ୍ତାନ । ଆଜି ଏ ନେଇ ନିଷ୍ପତ୍ତି ନିଆଯିବାକୁ ଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ପ୍ୟାରିସ୍ ସ୍ଥିତ ଫାଇନାନ୍ସ ଆକ୍ସନ ଟାକ୍ସ ଫୋର୍ସର ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯିବ । ପାକିସ୍ତାନ ଟେରର ଫଣ୍ଡିଂ ରୋକିବା ପାଇଁ ନେବାକୁ କହିଥିବା ପ୍ରସ୍ତାବ ଗୁଡ଼ିକ ଏଫଏଟିଏଫର ପସନ୍ଦ ହେବା ପରେ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା ।

ସୂଚନା ମୁତାବକ, ଗତ ବର୍ଷ ଜୁନ୍ରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା ଫାଇନାନ୍ସ ଆକ୍ସନ ଟାକ୍ସ ଫୋର୍ସ(ଏଫ୍ଏଟିଏଫ୍) । ବ୍ଲାକ୍ ଲିଷ୍ଟରୁ ବଞ୍ଚିବା ପାଇଁ ପାକିସ୍ତାନ ୨୬ଟି ଆକ୍ସନ ପ୍ଲାନ୍ ଏଫ୍ଏଟିଏଫ୍ ଆଗରେ ରଖିଥିଲା ପାକିସ୍ତାନ । ଯାହା ପରେ ଅକ୍ଟୋବର ୨୦୧୯ସୁଦ୍ଧା ୨୬ଟି ଆକ୍ସନ ପ୍ଲାନ୍କୁ କାର୍ଯ୍ୟ କରି ଏହାକୁ ସଫଳ ଭାବେ ଶେଷ କରିବା ନେଇ ଏଫ୍ଏଟିଏଫ୍ ପକ୍ଷରୁ ଆଦେଶ ଦିଆଯାଇଥିଲା । ଏବେ ୨୬ଟି ମଧ୍ୟରୁ ପାକିସ୍ତାନ ୨୦ଟି ଆକ୍ସନ ପ୍ଲାନ୍ ଉପରେ ସକାରାତ୍ମକ ପ୍ରଗତି କରିଥିବା ସୂଚନା ମିଳିଛି । ଇସ୍ଲାମାବାଦ୍ରେ ପାକିସ୍ତାନର ପ୍ରତିନିଧିମଣ୍ଡଳ ଏ ନେଇ ସୂଚନା ଦେବା ସହ ଏଫ୍ଏଟିଏଫ୍ ଏ ନେଇ ସନ୍ତୋଷ ବ୍ୟକ୍ତ କରିଛି । ତେବେ ୨୦ଟି ଆକ୍ସନ ପ୍ଲାନ୍ ଉପରେ ପାକିସ୍ତାନ ସଫଳ ଭାବେ କାମ କରିଥିବାରୁ ଏଫ୍ଏଟିଏଫ୍ ଏହାକୁ ପୂର୍ବ ଭଳି ଗ୍ରେ ଲିଷ୍ଟରେ ରଖି ପାରେ ବୋଲି ଆଶା କରାଯାଉଛି ।
ଏହା ସହ ପାକିସ୍ତାନକୁ ଚୀନ୍, ମାଲେସିଆ ଓ ତୁର୍କୀର ସମର୍ଥନ ମିଳୁଥିବାରୁ ତାକୁ ଗ୍ରେ ଲିଷ୍ଟରେ ସାମିଲ କରାଯିବାର ସମ୍ଭାବନା ରହିଛି । ବ୍ଲାକ୍ ଲିଷ୍ଟ ହେବାରୁ ବଞ୍ଚିବା ପରେ ମଧ୍ୟ ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀଙ୍କ ସହ ସଂପୂର୍ଣ୍ଣ ଭାବେ ସଂପର୍କ ନ ଭାଙ୍ଗିଛି ବା ଆତଙ୍କବାଦୀଙ୍କ ଦମନ ପାଇଁ କାର୍ଯ୍ୟାନୁଷ୍ଠାନ ନ ନେଇଛି, ସେ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ଏଫ୍ଏଟିଏଫ୍ ନଜର ରହିବ ।