ପାକ୍‌ ଗୁଳିବର୍ଷାରେ ୩୦ ଘର ଧ୍ବସ୍ତ,ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ପାକ୍‌କୁ ମହଙ୍ଗା ପଡ଼ିଲା

ଶ୍ରୀନଗର: ପାକିସ୍ତାନ ଆଜି ନିୟନ୍ତ୍ରଣ ରେଖା ଅଂଚଳରେ ପ୍ରାୟ ୪ ଘଣ୍ଟା ଧରି ଲଗାତାର ଗୁଳିଗୋଳା ବର୍ଷା କରି ଆତଙ୍କ ସୃଷ୍ଟି କରିଥିଲା। ଏଥିରେ ଗୁରେଜ ସେକ୍ଟରରେ ୩୦ରୁ ଅଧିକ ଘର ଧ୍ବସ୍ତ ହୋଇଯାଇଥିବା ଜଣାପଡ଼ିଛି ଏବଂ ଭୟରେ ଗ୍ରାମବାସୀମାନେ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି। ତେବେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପାକିସ୍ତାନର ୧୨ ଜଣ ସୈନିକ ଏଥିରେ ଆହତ କିମ୍ବା ନିହତ ହୋଇଯିବା କୁହାଯାଉଛି । ପାକିସ୍ତାନ ପୂର୍ବ ଭଳି ନିଜ ସୈନିକଙ୍କ ମୃତାହତ ନେଇ ସ୍ଥିତି ସ୍ପଷ୍ଟ କରୁନାହିଁ। ପାକିସ୍ତାନ ଆଜି ପୁଞ୍ଚ୍‌ ସେକ୍ଟରରେ ମଧ୍ୟ ଗୋଳା ମାଡ଼ କରିଥିଲା। ଏଥିରେ ଜଣେ ନାଗରିକ ଆହତ ହୋଇଛନ୍ତି। ସୀମାବର୍ତ୍ତୀ ଗ୍ରାମବାସୀଙ୍କୁ ଟାର୍ଗେଟ୍‌ କରି ପାକିସ୍ତାନ ଭାରୀ ଯୁଦ୍ଧାସ୍ତ୍ର ବ୍ୟବହାର କରୁଥିବାରୁ ଭାରତ ମଧ୍ୟ ସମାନ ଅସ୍ତ୍ରରେ ଏହାର ଜବାବ ଦେଉଛି।

ସମ୍ବନ୍ଧିତ ଖବର