ଜମ୍ମୁ କଶ୍ମୀରରେ ପାକ୍‌ ଗୁଳିମାଡ଼ରେ ଯବାନ ସହିଦ

ଜମ୍ମୁ: ଜମ୍ମୁ କଶ୍ମୀରର ରାଜୌରି ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳି ମାଡ଼ କରିବାରୁ ଆଜି ଜଣେ ଭାରତୀୟ ଯବାନ ସହିଦ ହୋଇ ଯାଇଛନ୍ତି। ଜମ୍ମୁ କଶ୍ମୀରର ଅଖନୁର ସେକ୍ଟରରେ ମଧ୍ୟ ପାକ୍‌ ସେନାର ଗୁଳିମାଡ଼ରେ ୨ ଜଣ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ଗତ ୨ ମ‌ାସ ମଧ୍ୟରେ ୬୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଳଂଘନ କରିଥିବାରୁ ଭାରତ ଏନେଇ ପାକିସ୍ତାନକୁ ଚେତାଇ ଦେଇଛି। ସାଧାରଣ ଜନବସତି ଅଞ୍ଚଳଗୁଡ଼ିକୁ ଟା‌ର୍ଗେଟ୍‌ କରି ପାକିସ୍ତାନ ଯେଉଁ ଗୁଳିଗୋଳା ମାଡ଼ କରୁଛି, ସେଥିରୁ ଏହା ବିରତ ରହିବା ଉଚିତ୍‌ ବୋଲି ଭାରତ କହିଛି।

ସମ୍ବନ୍ଧିତ ଖବର