ଇସଲାମାବାଦ: ପାକିସ୍ତାନର ସାମ୍ପ୍ରତିକ ଇତିହାସରେ ସବୁଠାରୁ ଭୟଙ୍କର ବନ୍ୟା ଯୋଗୁଁ ୩୦ ଲକ୍ଷ ଶିଶୁ ଏବେ ବିପଦରେ ଅଛନ୍ତି ବୋଲି ୟୁନିସେଫ୍ କହିଛି। ବନ୍ୟା ଫଳରେ ପାକିସ୍ତାନର ୩୦ ଲକ୍ଷରୁ ଅଧିକ ଶିଶୁ ଏବେ ଜଳବାହିତ ରୋଗ ଏବଂ ପୁଷ୍ଟିହୀନତାର ଶିକାର ହୋଇଛନ୍ତି।
ୟୁନିସେଫ୍ କହିଛି ଯେ ପାକିସ୍ତାନରେ ଚଳିତ ବର୍ଷର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ହୋଇଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପ୍ରାୟ ୧୬ ନିୟୁତ ଶିଶୁଙ୍କ ସମେତ ୩୩ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ୩୫୦ରୁ ଅଧିକ ଶିଶୁଙ୍କ ସମେତ ୧,୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଆହୁରି ୧,୬୦୦ ଆହତ ହୋଇଛନ୍ତି। ୨୮୭,୦୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି ଏବଂ ୬୬୨,୦୦୦ ଘର ଆଂଶିକ ଭାବରେ ନଷ୍ଟ ହୋଇଛି। ଚାଷ ଜମି ଏବଂ ରାସ୍ତା ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନଷ୍ଟ ହୋଇଛି।
/sambad/media/post_attachments/wp-content/uploads/2022/09/Pak2.jpg)
ବନ୍ୟା ପ୍ରଭାବିତ ଅଞ୍ଚଳରେ ୩୦ ପ୍ରତିଶତ ଜଳ ପ୍ରଣାଳୀ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଯାହା ଦ୍ୱାରା ଲୋକମାନେ ଖୋଲାରେ ମଳତ୍ୟାଗ କରିବା ଏବଂ ଅସୁରକ୍ଷିତ ଜଳ ପିଇବା ସହିତ ରୋଗ ବ୍ୟାପିବାର ଆଶଙ୍କା ଆହୁରି ବୃଦ୍ଧି ପାଇଛି। ଶିକ୍ଷା ଭିତ୍ତିଭୂମିରେ ବ୍ୟାପକ କ୍ଷତି ହୋଇଛି। ୧୭,୫୬୬ଟି ବିଦ୍ୟାଳୟ ନଷ୍ଟ ହୋଇଛି ଯାହା ପିଲାମାନଙ୍କ ଶିକ୍ଷାକୁ ବିପଦରେ ପକାଇଛି।
/sambad/media/post_attachments/wp-content/uploads/2022/09/Pak3-1024x683.jpg)
ଚଳିତ ବର୍ଷ ପାକିସ୍ତାନରେ ବର୍ଷା ବିଗତ ୩୦ ବର୍ଷର ଜାତୀୟ ହାରାହାରିର ପ୍ରାୟ ତିନି ଗୁଣ, ଏବଂ କେତେକ ପ୍ରଦେଶରେ ୩୦ ବର୍ଷର ହାରାହାରିର ପାଞ୍ଚ ଗୁଣରୁ ଅଧିକ, ହୋଇଛି। ବନ୍ୟା ପାଇଁ ସରକାର ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି, ଯେଉଁଥିରେ ୭୨ଟି ଜିଲ୍ଲା ‘ବିପର୍ଯ୍ୟୟ ପ୍ରଭାବିତ’ ଘୋଷିତ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ପ୍ରଦେଶ ମଧ୍ୟରେ ବେଲୁଚିସ୍ତାନ, ସିନ୍ଧ, ଖଇବର ପଖତୁନଖ୍ୱା ଏବଂ ପଞ୍ଜାବ ରହିଛି। ଡାଇରିଆ ଏବଂ ଜଳବାହିତ ରୋଗ, ଶ୍ୱାସକ୍ରିୟା ସଂକ୍ରମଣ ଏବଂ ଚର୍ମ ରୋଗର ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Pak1.jpg)