କରୋନା ଆକ୍ରାନ୍ତ ହେଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶି

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି କରୋନାଭାଇରସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଆଜି ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି । ଏ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଶାହ ମେହମୁଦ କୁରେଶି ଟୁଇଟ କରି କହିଛନ୍ତି ଯେ, ଶୁକ୍ରବାର ଅପରାହ୍ନରେ ସେ ସାମାନ୍ୟ ଜ୍ୱର ଅନୁଭବ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଘରେ ନିଜକୁ ସଙ୍ଗରୋଧ କରିଥିଲେ । ପରେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ସେ ନିଜର କୋଭିଡ୍-୧୯ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ସେ ଘରେ ସଙ୍ଗରୋଧରେ ଥିବା ବେଳେ ଘରୁ ହିଁ ନିଜର କାମ ଜାରି ରଖିବେ ବୋଲି କହିଛନ୍ତି ।

ତେବେ ଭାରତ ଭଳି ପାକିସ୍ତାନରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି କରୋନାଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ଖବର ମିଳିବା ପରେ ପାକିସ୍ତାନରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର