ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ କରିବ ଭାରତ ! ଡରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଡରୁଛି ପାକିସ୍ତାନ। ଭାରତ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ କରିବ ବ‌ୋଲି ଭାବି ଏବେ ଚିନ୍ତାରେ ପଡ଼ିଯାଇଛି ପାକିସ୍ତାନ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଆଜି ୟୁଏଇରେ କହିଛନ୍ତି ଯେ, ପାକିସ୍ତାନ ପାଖରେ ଭାରତ ଯୋଜନା କରୁଥିବା ଆଗାମୀ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ପ୍ରମାଣ ରହିଛି। ତାଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଶାହ ମେହମୁଦ କୁରେଶି କହିଛନ୍ତି ଯେ, ଗୁଇନ୍ଦା ବିଭାଗ ସୂତ୍ରରୁ ମୁଁ ଜାଣିବାକୁ ପାଇଛି ଯେ ଭାରତ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ ଯୋଜନା କରୁଛି। ଏହା ଏକ ଗମ୍ଭୀର ବିଷୟ | ଭାରତରେ ବଢ଼ୁଥିବା ଗମ୍ଭୀର ଆଭ୍ୟନ୍ତରୀଣ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଭାରତ ଏଭଳି ଯୋଜନା କରୁଛି ବୋଲି ସେ କହିଛନ୍ତି।

शाह महमूद कुरैशी (फाइल फोटो)
aajtak

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୮, ୨୦୧୬ରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ୪ଜଣ ଆତଙ୍କବାଦୀ ଭାରତ ସୀମାକୁ ପ୍ରବେଶ କରି ‌ଉରୀସ୍ଥିତ ସେନା କ୍ୟାମ୍ପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୯ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣର ଉଚିତ ଯବାବ ଦେବାକୁ ଯାଇ ଭାରତ ପାକିସ୍ତାନରେ ଥିବା ଜୈସ-ଇ-ମହମ୍ମଦର ଆତଙ୍କବାଦୀ କ୍ୟାମ୍ପ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ଏହି ସର୍ଜିକାଲ ଷ୍ଟ୍ରାଇକରେ ପ୍ରାୟ ୩୫-୭୦ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର