କଶ୍ମୀରରେ ବଡ଼ ଧରଣର ଆକ୍ରମଣ ଲାଗି ପାକିସ୍ତାନର ଷଡ଼ଯନ୍ତ୍ର, ଗଠନ କଲା ଦୁଇଟି ନୂଆ ଆତଙ୍କବାଦୀ ସଂଗଠନ

ନୂଆଦିଲ୍ଲୀ : କରୋନା ମହାମାରୀକୁ ନେଇ ଭାରତ ସମେତ ସମଗ୍ର ବିଶ୍ୱ ବ୍ୟସ୍ତ ଥିବାବେଳେ ପାକିସ୍ତାନ ନିଜର ଖଳପ୍ରକୃତି ଛାଡ଼ିପାରିନାହିଁ । ନିୟମିତଭାବେ ସୀମା ଏପଟକୁ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ପାକିସ୍ତାନ ଉଦ୍ୟମ କରିଚାଲିଛି ।

ମିିଳିଥିବା ସୂଚନା ଅନୁସାରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ କଶ୍ମୀରରେ ମୁତୟନ ଥିବା ଭାରତୀୟ ସେନା ଓ ଅର୍ଦ୍ଧସାମରିକ ବାହିନୀ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରାଯାଉଛି । ଏଥିପାଇଁ ଆଇଏସଆଇ ପକ୍ଷରୁ ଲସ୍କର-ଇ-ତୋଇବା ସହାୟତାରେ କଶ୍ମୀରରେ ୨ଟି ନୂଆ ଆତଙ୍କବାଦୀ ସଂଗଠନ ଗଠନ କରାଯାଇଛି । ଏହି ଦୁଇଟ ସଂଗଠନର ନାଁ ହେଉଛି ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟ (ଟିଆରଏଫ) ଓ ତେହେରିକ-ଇ-ମିଲତ-ଇ-ଇସଲାମୀ (ଟିଏମଆଇ) ।

ନିକଟରେ ଟିଆରଏଫ କମାଣ୍ଡର ଅବୁ ଅନସ ପକ୍ଷରୁ ଏକ ଅଡିଓ ଟେପ ଜାରି କରି ଭାରତ ବିରୁଦ୍ଧରେ ଜିହାଦ କରିବାକୁ ଆହ୍ୱାନ ଦିଆଯାଇଥିଲା । କଶ୍ମୀରର ଅବଦୁଲ୍ଲା ପରିବାରକୁ ଭାରତ ସରକାରଙ୍କ ପକ୍ଷଛାଡ଼ି ଜିହାଦୀମାନଙ୍କୁ ସହାୟତା କରିବା ଆବଶ୍ୟକ ବୋଲି ଏଥିରେ କୁହାଯାଇଥିଲା । ସେହିପରି ଟିଏମଆଇ କମାଣ୍ଡର ନଇମ ଫିରଦୋସ ପକ୍ଷରୁ ମଧ୍ୟ ଏକ ଅଡିଓ ଟେପ ଜାରି କରି ଭାରତୀୟ ସେନା ବିରୁଦ୍ଧରେ ଆକ୍ରମଣ ଲାଗି ସବୁ ସଂଗଠନ ଏକାଠି ହେବାକୁ ଆହ୍ୱାନ କରାଯାଇଛି ।

ସମ୍ବନ୍ଧିତ ଖବର