ବିବାହରେ ସୁନା ଜୋତା, ଟାଏ ପିନ୍ଧି ପହଞ୍ଚିଲା ବର: ସଂପୂର୍ଣ୍ଣ ପୋଷାକର ଦାମ ରହିଥିଲା ୨୫ ଲକ୍ଷ

ଲାହୋର : ଆପଣ ଜଣିଛନ୍ତି, ସାଧାରଣତଃ ବିବାହରେ ଆକର୍ଷଣର କେନ୍ଦ୍ର ପାଲଟିଥାଏ କନ୍ୟା । ତେବେ ବର୍ତ୍ତମାନ ପାକିସ୍ତାନର ଏକ ବିବାହରେ ସମସ୍ତଙ୍କର ଦୃଷ୍ଟି ଆର୍କଷଣ କରିଥିଲା ବିବାହ ପାଇଁ ଆସିଥିବା ବର । ବର ଜଣଙ୍କ ବିବାହରେ ସମୁଦାୟ ୨୫ ଲକ୍ଷ ଟଙ୍କାର ପୋଷାକ ପିନ୍ଧି ପହଞ୍ଚ ିଥିଲେ । ତେବେ ବର୍ତ୍ତମାନ ଯୁଗରେ ପ୍ରାୟତଃ ଅଧିକ ଅର୍ଥ ବ୍ୟୟରେ ବିବାହ ଦେଖିବାକୁ ମିଳୁଥିବା ବେଳେ ଏଥିରେ ସାଧାରଣତଃ କନ୍ୟା ଆର୍କଷଣର କେନ୍ଦ୍ର ପାଲଲିଟିଥାନ୍ତି । କିନ୍ତୁ ଏହି ଅଦ୍ଭୁତ ବିବାହରେ ବର ଆସିଥିବା ଅତିଥିଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ଏପରିକି ସେ ପିନ୍ଧିଥିବା ଟାଏ ଏବଂ ଜୋତା ସୁନାରେ ପ୍ରସ୍ତୁତ ହୋଇଥିଲା ।

ପାକିସ୍ତାନ ଲାହୋରର ଭାଲେନସିଆ ଠାରେ ଜଣେ ବ୍ୟବସାୟୀଙ୍କ ବିବାହ ଆୟୋଜିତ ହୋଇଥିଲା। ସେ ପାକିସ୍ତାନର ମାଙ୍ଗୋବାଜ ନାମକ ଏକ ଆନଲାଇନ କମ୍ପାନିର ମାଲିକ । ସେ ତାଙ୍କର ବିବାହରେ ସମୁଦାୟ ୨୫ ଲକ୍ଷ ଟଙ୍କାର ଜିନିଷ ପରିଧାନ କରିଥିଲେ । ତାଙ୍କ ସୁଟର ଦାମ ୬୩,୦୦୦ , ସୁନା ଜୋତାର ଦାମ ୧୭ ଲକ୍ଷ ଏବଂ ସୁନା ଟାଏର ଦାମ ୫ ଲକ୍ଷ ରହିଥିଲା । ଦୁନିଆର ସମୁଠାରୁ ମହଙ୍ଗା ବର ଭାବେ ସେ ବର୍ତ୍ତମାନ ଗଣା ଯାଉଛନ୍ତି । ସେ ତାଙ୍କର ବିବାହ ପୋଷାକର ଫଟୋ ପୋଷ୍ଟ କରିବା ସହ ଏହାର ଦର ବିଷୟରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।

ସମ୍ବନ୍ଧିତ ଖବର