୮ବର୍ଷ ଧରି ପାକିସ୍ତାନ ଜେଲରେ ଥିବା ଦୁଇ ନାଗରିକଙ୍କୁ ୱାଘା ସୀମାରେ ଭାରତକୁ ହସ୍ତାନ୍ତର କଲା ପାକ୍ ସେନା

ଲାହୋର: ୮ବର୍ଷ ପରେ ସ୍ବଦେଶ ଫେରିଲେ ଦୁଇ ଭାରତୀୟ।  ବେଆଇନ ଭାବେ ସୀମା ପାର କରିଥିବାରୁ ପାକିସ୍ତାନୀ ଜେଲରେ ଆଠ ବର୍ଷ ଧରି ଦୁଇଜଣ ଭାରତୀୟ ବନ୍ଦୀ ଥିଲେ। ଆଜି ଦୁଇ ଜଣଙ୍କୁ ୱାଘା ସୀମାରେ ଥିବା ସୀମା ସୁରକ୍ଷା ବଳ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀଜଣକ କହିଛନ୍ତି ଯେ, ୨୦୧୩ରେ ଭାରତୀୟ ନାଗରିକ ଶର୍ମା ରାଜପୁତ ଏବଂ ରାମ ବୁହାଦର କଶ୍ମୀରରୁ ନିୟନ୍ତ୍ରଣ ରେଖା ଡେଇଁ ପାକିସ୍ତାନର ଅଞ୍ଚଳରେ ପ୍ରବେଶ କରିଥିଲେ। ଏହା ପରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିଲେ। ହେଲେ ପରେ ଏହା ଜଣାପଡିଥିଲା ଯେ ସେମାନେ ମାନସିକ ସ୍ତରରେ ସୁସ୍ଥ ନାହାନ୍ତି ଏବଂ ବୋଧହୁଏ ସେମାନେ ଅଜାଣତରେ ସୀମା ପାର କରିଛନ୍ତି। ସେମାନଙ୍କର ଫଟୋ ଏବଂ ଅନ୍ୟାନ୍ୟ ପରିଚୟପତ୍ର ଭାରତକୁ ଦିଆଯିବା ପ‌ରେ ଶେଷରେ ଦୁଇ ଜଣଙ୍କୁ ନାଗରିକ ଭାବରେ ସ୍ୱୀକାର କରିଥିଲା ଭାରତ। ଏହା ପରେ ରେଞ୍ଜର୍ସ ସେମାନଙ୍କୁ ବିଏସଏଫକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର