କାବୁଲ: ପାକିସ୍ତାନ ଏବେ ଇସ୍ଲାମିକ ଷ୍ଟେଟ୍(ଆଇଏସ୍) ଆତଙ୍କବାଦୀଙ୍କ ଗଡ଼ ପାଲଟିଛି। ପ୍ରାୟ ୧ ହଜାର ଆତଙ୍କୀ ଆଫଗାନିସ୍ତାନ ସୀମାରେ ସକ୍ରିୟ ଥିବାରୁ ତାଲିବାନ ଆଜି ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ ଏହାର ନିଜ ଅଂଚଳ ଲୁଚିଥିବା ଆଇଏସ୍ ଆତଙ୍କୀଙ୍କୁ ତଡ଼ିବାକୁ ହେବ କିମ୍ବା ଆଫଗାନିସ୍ତାନକୁ ହସ୍ତାନ୍ତର କରିବାକୁ ପଡ଼ିବ। ଅନ୍ୟଥା ଭୟାନକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଝାହିଦ ପାକିସ୍ତାନକୁ ଚରମବାଣୀ ଶୁଣାଇଛନ୍ତି। ସେ କହିଛନ୍ତି, ‘ଆଇଏସ୍ଆଇଏସ୍ କେବଳ ଆଫଗାନିସ୍ତାନ ନୁହେଁ, ସାରା ବିଶ୍ୱର ଅନେକ ଦେଶ ପାଇଁ ଏକ ବଡ଼ ବିପଦ।’ ଏହି ବିବୃତି ପାକିସ୍ତାନର ସାମ୍ପ୍ରତିକ ବୋମାମାଡ଼ ପରେ ଆସିଛି, ଯେଉଁଥିରେ ଆଫଗାନ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ପାକିସ୍ତାନର ଏହି ଆକ୍ରମଣର ପ୍ରତିଶୋଧ ସ୍ୱରୂପ ତାଲିବାନ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୫୮ ଜଣ ପାକ୍ ସୈନିକ ନିହତ ଓ ୩୦ ଜଣ ଆହତ ହୋଇଛନ୍ତି।
ଖାଇବର୍ ଅଞ୍ଚଳରେ ନୂଆ ପ୍ରଶିକ୍ଷଣ କେନ୍ଦ୍ର
ଅନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢ଼ିଲା
ଆତଙ୍କୀଙ୍କୁ ହସ୍ତାନ୍ତର ନେଇ ଚରମବାଣୀ ଶୁଣାଇଲା ତାଲିବାନ
ମୁଝାହିଦ କହିଛନ୍ତି ଯେ ତାଲିବାନ ଆଫଗାନିସ୍ତାନରୁ ଆଇଏସ୍କୁ ସମ୍ପୂର୍ଣ୍ଣ ନିର୍ମୂଳ କରିଛି, କିନ୍ତୁ ପାକିସ୍ତାନର ଖାଇବର୍ ଅଞ୍ଚଳରେ ଆଇଏସ୍ର ନୂଆ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପିତ ହୋଇଛି। କରାଚୀ ଓ ଇସଲାମାବାଦରୁ ଯୁବକଙ୍କୁ ଆଣି ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ସେ ଦାବି କରିଛନ୍ତି। ମୁଝାହିଦ ଆହୁରି କହିଛନ୍ତି, ‘ଇରାନ ଓ ରୁଷ୍ରେ ହୋଇଥିବା ଆାକ୍ରମଣ ଏବଂ ଆଫଗାନିସ୍ତାନରେ ବିଭିନ୍ନ ଆକ୍ରମଣର ଯୋଜନା ଏହି ପାକିସ୍ତାନୀ ଆଇଏସ୍ ତାଲିମ କେନ୍ଦ୍ରରୁ ହେଉଛି।’ ସେ ଏହାର ପ୍ରମାଣ ଥିବା ଦାବି କରିଛନ୍ତି ଏବଂ ପାକିସ୍ତାନ ଏହି ଆତଙ୍କୀଙ୍କୁ ହସ୍ତାନ୍ତର ନକଲେ ପୁଣି ପ୍ରଚଣ୍ଡ ଆକ୍ରମଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ତାଲିବାନର ଏହି ଚେତାବନୀ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ଆହୁରି ତୀବ୍ର କରିଛି। ଏହି ଘଟଣା ଆଞ୍ଚଳିକ ସୁରକ୍ଷା ପାଇଁ ଏକ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଇଏସ୍ର କାର୍ଯ୍ୟକଳାପ କେବଳ ଆଫଗାନିସ୍ତାନ କିମ୍ବା ପାକିସ୍ତାନରେ ସୀମାବଦ୍ଧ ନୁହେଁ, ଏହା ବିଶ୍ୱବ୍ୟାପୀ ଅସ୍ଥିରତା ବଢ଼ାଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ତାଲିବାନର ବିବୃତି ଆନ୍ତର୍ଜାତୀୟ ସମୁଦାୟକୁ ମଧ୍ୟ ଚିନ୍ତାରେ ପକାଇଛି। ଆଇଏସ୍ର ନୂଆ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଅନ୍ୟ ଦେଶରେ ଆକ୍ରମଣର ଯୋଜନା ବିଶ୍ୱବ୍ୟାପୀ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/13/adadgagdagd-2025-10-13-04-36-32.jpg)