ପାକିସ୍ତାନ ଆକାଶରେ ଉଡିବନି ମୋଦୀଙ୍କ ବିମାନ

ନୂଆଦିଲ୍ଲୀ: ଭାରତ ସହ ସମ୍ପର୍କ ସୁଧାରିବାକୁ ପ୍ରୟାସ କରିବାର ବାହାନା ଦେଖାଉଥିବା ପାକିସ୍ତାନ ଆଜି ପୁଣି ଏକ ବିବାଦ ସୃଷ୍ଟି କରିଛି | ପାକିସ୍ତାନ ଦାବି କରିଛି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବ ଯିବା ପାଇଁ ପାକିସ୍ତାନ ଏୟାରସ୍ପେସର ବ୍ୟବହାର ପାଇଁ ଅନୁମତି ମାଗିଥିଲେ | ଯାହାକୁ ଖାରଜ କରିଦିଆଯାଇଛି | ପାକିସ୍ତାନର ବିଦେଶ ମନ୍ତ୍ରୀ ସାହ ମହମ୍ମଦ କୁରେସି କହିଛନ୍ତି ଯେ ପାକିସ୍ତାନ ଭାରତର ଅନୁରୋଧକୁ ମଂଜୁର କରିନାହିଁ |

ମିଳିଥିବା ସୂଚନା ମୁତାବକ ମୋଦୀଙ୍କ ବିମାନ ପାଇଁ ଅକ୍ଟୋବର ୨୮ ତାରିଖରେ ପାକିସ୍ତାନ ଆକାଶ ବ୍ୟବହାର ପାଇଁ ଅନୁମତି ମଗାଯାଇଥିଲା | ଅକ୍ଟୋବର ୨୯ ତାରିଖରେ ହେବାକୁ ଥିବା ଏକ ସମ୍ମିଳନୀ ପାଇଁ ମୋଦୀ ସାଉଦି ଆରବ ଯାଇଥାନ୍ତେ |

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଅକ୍ଟୋବର ୨୮ ତାରିଖରେ ସାଉଦି ଆରବ ଯିବେ | ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ପ୍ରଦର୍ଶିତ ରିପୋର୍ଟରେ କୁହାଯାଇଛି ଯେ ଜମ୍ମୁକାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହୋଇଥିବାର ଦର୍ଶାଇ ପାକିସ୍ତାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି |

ସମ୍ବନ୍ଧିତ ଖବର