ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କୁ ସହାୟତା ଏବଂ ସକ୍ରିୟ ସମର୍ଥନ ଦେବାରେ ପାକିସ୍ତାର ସୁପ୍ରତିଷ୍ଠିତ ଇତିହାସ ରହିଛି ବୋଲି ଆଜି ଜାତିସଂଘରେ ଭାରତ କହିଛି।
ନ୍ୟୁୟର୍କସ୍ଥିତ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ମୁନିର ଆକ୍ରମଙ୍କ ବିବୃତିର ଉତ୍ତର ଦେବାକୁ ଯାଇ ନୂଆଦିଲ୍ଲୀ କହିଛି ଯେ, ଜାତିସଂଘ ନିରାପତ୍ତା ପରିଷଦ୍ଦ୍ବାରା ନିଷିଦ୍ଧ ବହୁସଂଖ୍ୟକ ଆତଙ୍କବାଦୀଙ୍କୁ ଆପ୍ୟାୟାନ କରିବାରେ ଇସ୍ଲାମାବାଦର ‘ଲଜ୍ଜାଜନକ ରେକର୍ଡ’ ରହିଛି।
ସୂଚନାଯୋଗ୍ୟ, ରାଷ୍ଟ୍ରଦୂତ ମୁନିର ଆକ୍ରମ୍ ଅଭିଯୋଗ କରିଥିଲେ, ପାକିସ୍ତାନ ସେନା ବିପକ୍ଷରେ ସୀମାପାରି ଆତଙ୍କବାଦୀ ଆକ୍ରମଣ ନିମନ୍ତେ ଭାରତ ଜାତିସଂଘ ନିରାପତ୍ତା ପରିଷଦ୍ ତାଲିକାଭୁକ୍ତ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଭାରତ ଆର୍ଥିକ ପ୍ରୋତ୍ସାହନ ଓ ସମର୍ଥନ ଦେଇଥିଲା।
Image Courtesy of Onmanoramaଏହାର ପ୍ରତ୍ୟୁତ୍ତର ଦେଇ ଜାତିସଂଘରେ ଭାରତର ସ୍ଥାୟୀ ମିସନ୍ର କାଉନ୍ସେଲର୍ ଆର୍. ମଧୁସୂଦନ କହିଛନ୍ତି, ପାକିସ୍ତାନ ପ୍ରତିନିଧି ଜାତିସଂଘ ପ୍ରଦତ୍ତ ପ୍ଲାଟ୍ଫର୍ମର ଅପବ୍ୟବହାର କରି ମୋ ଦେଶ ବିରୋଧରେ ମିଥ୍ୟା ଏବଂ ବିଦ୍ବେଷାତ୍ମକ ପ୍ରଚାର ଚଳାଇବାରେ ଏହା ପ୍ରଥମ ଘଟଣା ନୁହେଁ। ତାଙ୍କ ଦେଶରେ ସାଧାରଣଜନତା, ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଜୀବନ ଓଲଟପାଲଟ ହୋଇଯାଇଥିବା ବେଳେ ଆତଙ୍କବାଦୀମାନେ ମାଗଣା ପାସ୍ ପାଉଥିବା ଭଳି ଦୁଃଖଦ ପରିସ୍ଥିତି ଉପରୁ ବିଶ୍ବର ଦୃଷ୍ଟି ହଟାଇବା ଲାଗି ସେ ବୃଥା ପ୍ରୟାସ କରୁଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ସଦସ୍ୟ ରାଷ୍ଟ୍ରମାନେ ଅବଗତ ଅଛନ୍ତି ଯେ, ଆତଙ୍କବାଦୀମାନଙ୍କୁ ଆଶ୍ରୟ ପ୍ରଦାନ, ଆର୍ଥିକ ସହାୟତା ଏବଂ ସକ୍ରିୟ ସହଯୋଗ ପ୍ରଦାନ କ୍ଷେତ୍ରରେ ପାକିସ୍ତାନର ସୁପ୍ରତିଷ୍ଠିତ ଇତିହାସ ଓ ନୀତି ରହିଛି। ସମସ୍ତଙ୍କ ଜ୍ଞାତସାରରେ ଆତଙ୍କବାଦୀମାନଙ୍କୁ ସମର୍ଥନ କରିବା, ତାଲିମ ଦେବା, ଅର୍ଥ ଯୋଗାଇବା ଏବଂ ଅସ୍ତ୍ର ଯୋଗାଇ ଆଦିକୁ ପାକିସ୍ତାନ ରାଷ୍ଟ୍ରନୀତି କରିଛି ବୋଲି ସମଗ୍ର ବିଶ୍ବକୁ ଜଣା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/india-un.jpg)