ନୂଆଦିଲ୍ଲୀ : ଗତକାଲି ଅନ୍ତର୍ଜାତୀୟ ନ୍ୟାୟାଳୟରେ କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଥିଲା । କାରଣ ପାକିସ୍ତାନ ଭିଏନା କନଭେନସନର ଉଲ୍ଲଙ୍ଘନ କରିଥିବା କୋର୍ଟ ନିଜ ରାୟରେ ଉଲ୍ଲେଖ କରିବା ସହ କୂଳଭୁଷଣଙ୍କୁ ପାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ । କିନ୍ତୁ ପାକିସ୍ତାନ ନିଜ ଦେଶରେ କହିବୁଲୁଛି ଯେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ପାକିସ୍ତାନର ବଡ଼ ବିଜୟ ହୋଇଛି ଓ ଭାରତର ପରାଜୟ ହୋଇଛି ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ୍ କୁମାରଏ ସଂପର୍କରେ ମତ ରଖି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ନିଜ ଲୋକଙ୍କୁ ମିଛ କହିବା ପାଇଁ ପାକିସ୍ତାନ ଏକରକମ ବାଧ୍ୟ ହୋଇପଡିଛି । ଆଇସିଜେରେ ଭାରତର ଆଭିମୁଖ୍ୟର ବିଜୟ ହୋଇଛି ଓ ପାକିସ୍ତାନ ଏହି ରାୟକୁ ମାନିବାକୁ ବାଧ୍ୟ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ବୋଧେ ଆଉ କେଉଁ ରାୟକୁ ପଢୁଛି । ଯଦି ମୂଳ ୪୨ ପୃଷ୍ଠାର ରାୟକୁ ପଢିବାକୁ ଧର୍ଯ୍ୟନାହିଁ, ତେବେ ୭ ପୃଷ୍ଠାର ପ୍ରେସ ରିଲିଜକୁ ପାକିସ୍ତାନ ପଢୁ, ଯେଉଁଥିରେ ସ୍ପଷ୍ଟଭାବେ ଭାରତର ସବୁ ଦାବିକୁ ସମର୍ଥନ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/icj.jpg)