ନୂଆଦିଲ୍ଲୀ: ଲଣ୍ଡନକୁ ଧମକ ଦେଲା ପାକିସ୍ତାନ । ଭାରତୀୟଙ୍କ ବେକ କାଟିଦେବାକୁ ଖୁଲମଖୁଲା ଧମକ ଦେଲେ ପାକିସ୍ତାନ ଦୂତାବାସ ଅଧିକାରୀ । ଯେତେବେଳେ ପହଲଗାମ୍ ଆତଙ୍କୀ ହମଲାକୁ ନେଇ ବିଶ୍ବବ୍ୟାପୀ ନିନ୍ଦା କରାଯାଉଛି ଏବଂ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ଠିକ୍ ସେତେବେଳେ ଲଣ୍ଡନରେ ଥିବା ପାକ୍ ଦୂତାବାସ ଆଗରେ ଆତଙ୍କବାଦ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ଲଣ୍ଡନରେ ରହୁଥିବା ଭାରତୀୟମାନେ । ପ୍ରାୟ ୫୦୦ରୁ ଅଧିକ ପ୍ରବାସୀ ଭାରତୀୟ ଏହି ପ୍ରଦିବାଦରେ ସାମିଲ ହୋଇ ଆତଙ୍କବାଦ ଏବଂ ଆତଙ୍କୀଙ୍କୁ ପ୍ରଶୟ ଦେଉଥିବା ଦେଶ ପାକିସ୍ତାନ ବିରୋଧରେ ଗର୍ଜୁଥିବା ବେଳେ ଭାରତୀୟଙ୍କୁ ହତ୍ୟା ଧମକ ଦେଇଛନ୍ତି ପାକିସ୍ତାନ ଦୂତାବାସ ଅଧିକାରୀ ।
ତଳେ ବିରୋଧ ଚାଲିଥିବା ବେଳେ ଦୂତାବାସରେ ଥିବା ବାଲକୋନୀକୁ ଆସି ହାତରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଧରି ଭାରତୀୟଙ୍କ ବେକ କାଟି ଦେବାକୁ ନିଜ ହାତରେ ଇସାରା କରିଥିଲେ । ଯାହାର ଏକ ଭିଡିଓ କ୍ୟାମେରାରେ କଏଦ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
लंदन में भारतीय लोग पाकिस्तानी दुतावास के बाहर पहलगाम हमले के खिलाफ प्रदर्शन कर रहे थे
— Sachin Panwar (@ChowdharyPanwar) April 26, 2025
तब कर्नल तैमूर राहत जो ब्रिटेन में पाकिस्तान का मिलिट्री अटैशे है उसने दूतावास की बालकनी पर आकर भारतीयों को अभिनंदन की तस्वीर लेकर उनका गला काटने का इशारा किया #PahalgamTerroristAttack pic.twitter.com/tY7f17cUQb
ଆତଙ୍କବାଦ ବିରୋଧରେ ଭାରତ ଯେତେବେଳେ ବି ଆକ୍ସନ ନେଇଛି ସେତେବେଳେ ପାକିସ୍ତାନକୁ ବାଧିଛି । ଆଉ ସେ ସୀମା ସରହଦ ପାର କରି ବିଭିନ୍ନ ଅମାନୁଷିକ ବ୍ୟବହାର ଦେଖାଇଛି । ତେବେ ପାକିସ୍ତାନର ଗୋଟି ଗୋଟି ଭୁଲର ଜବାବ ଦିଆଯିବ ବୋଲି ଭାରତ ସରକାର କହିଛନ୍ତି ।