ଇସଲାମାବାଦ: ପାକିସ୍ତାନର ଜଣାଶୁଣା ରାପର ଇଭା ବି ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ପାକିସ୍ତାନର କଣ୍ଠଶିଳ୍ପୀ ମୁଦସ୍ସର କୁରେଶୀଙ୍କୁ ବିବାହ କରିଛନ୍ତି। ନିଜ ଇନଷ୍ଟାରେ ବିବାହର ଅନେକ ଫଟୋ ସେୟାର କରି ବିବାହ କରିଥିବା ଖବର ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି ଇଭା।

Advertisment

ତେବେ ଇଭା ସେୟାର କରିଥିବା ଫଟୋରେ କିଛି ଏଭଳି ଫଟୋ ରହିଛି, ଯାହା ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। କିଛି ଫଟୋରେ ସେ ନିଜ ମୁହଁ ଆଗରେ ଫୋନ ରଖି ଫଟୋ ଉଠାଇଥିବା ବେଳେ କିଛି ଫଟୋରେ ତାଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ ଘୋଡାଯାଇଛି। ଇଭା ପୂରା ମେକଅପ ନେବା ପରେ ଏଭଳି ମୁହଁକୁ ଘୋଡାଇ ବସିଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। କିଛି ଲୋକ ତାଙ୍କ ଫଟୋକୁ ଦେଖି ହସିବା ଇମୋଜି ଦେଇ ତାଙ୍କୁ ଥଟ୍ଟା କରିଥିବା ଦେଖାଯାଇଛି।

पाकिस्तानी रैपर ने किया निकाह, दुल्हन के लिबास का उड़ गया मजाक - Pakistan hijabi rapper eva b ties the knot with musician mudassar qureshi bride got trolled because of her dress aajtak

ତେବେ ଇଭା ବି ହେଉଛନ୍ତି ଉର୍ଦ୍ଦୁ, ପଞ୍ଜାବୀ ଏବଂ ବାଲୁଚି ହିପ୍ ହପ୍ ଗାୟିକା। ସେ ୨୦୨୨ରେ କୋକ୍ ଷ୍ଟୁଡିଓରେ ‘କନ୍ନା ୟାରି’ ଗୀତ ଗାଇ ଲୋକପ୍ରିୟ ହୋଇଥିଲେ। ସବୁବେଳେ ହିଜାବ ପିନ୍ଧି ସେ ଗୀତ ଗାଉଥିବାରୁ ତାଙ୍କୁ ହିଜାବୀ ରାପର ବୋଲି ମଧ୍ୟ କୁହାଯାଏ।